STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଚିକିତ୍ସକ ଓ ଯନ୍ତ୍ରାଂଶ

ଚିକିତ୍ସକ ଓ ଯନ୍ତ୍ରାଂଶ

1 min
11.9K

ଚିକିତ୍ସକ ପରା ଦ୍ଵିତୀୟ ଈଶ୍ଵର ସେବାଗୁଣେ ଆଜି ବିଶ୍ଵେ

ପୁର୍ନଜନ୍ମ ଦ୍ୟନ୍ତି ଚିକିତ୍ସା ବଳରେ ଅମାପ ଧୈର୍ଯ୍ୟ ସାହସେ ।।


ବିଶ୍ଵରେ ବିଦିତ ଚିକିତ୍ସକ ଯେତେ ବନ୍ଦନୀୟ ମହାମନା  

ସେହି ସମାଜ କୁ ଭକତି ଭରେ ମୁଁ ଆଜି କରଇ ବନ୍ଦନା ।।


ଦେବତାଙ୍କ ମଧ୍ୟେ ଚିକିତ୍ସକ ପରା ଥିଲେ ଅଶ୍ଵିନୀ କୁମାର

ରୁଷି ଗଣମଧ୍ୟେ ଚରକ ମହର୍ଷି କଲେ ଚିକିତ୍ସା ବିଚାର ।।


ଆଦ୍ୟ ଆୟୁର୍ବେଦ ଶାସ୍ତ୍ର ର ରଚନା ଚରକ ସଂହିତା ଉତ୍ସ  

ତହୁଁ ଡାକ୍ତର ଙ୍କ ନୂତନ ସନ୍ଦର୍ଭ ରଚିତ ନୂତନ ତଥ୍ୟ ।।


ତାଙ୍କରି ପ୍ରଚେଷ୍ଟା ବଳେ ଧରା ବକ୍ଷୁ ଲୁପ୍ତ ଯେ ଅସାଧ୍ୟ ରୋଗ

ସେହି ସେ ଦ୍ଵିତୀୟ ଈଶ୍ଵର ଡାକ୍ତର ରଖିଛନ୍ତି ଦେଶ ଗର୍ବ ।।


ନୂଆ ନୂଆ କେତେ ଯନ୍ତ୍ରାଂଶ ପଦାର୍ଥ କୈାଶଳରେ “ଉଦ୍ଭାବିତ  

କରି ଉପଯୋଗେ ଉପସମ ରୋଗ ନିର୍ଣ୍ଣୟ ହୁଏ ଔଷଧ ।।


ରାଜ୍ୟେ ରାଜ୍ୟେ ଆଜି କରୁଣା ଯୋଦ୍ଧା ସକଳ ଡାକ୍ତର ଜାତୀ

ନିଜସ୍ଵ ସ୍ବାର୍ଥ ତେଜ୍ୟା ସ୍ତ୍ରୀ ପୁତ୍ର କନ୍ୟା ଚିନ୍ତା ବି କରିନି କିଛି ।।


ଅନେକ ଅସାଧ୍ୟ ସାଧ୍ୟ କରିଛନ୍ତି କରୋନା ନୁହଁଇ କିଛି

ତଥାପି ବି ଜନସାଧାରଣ ଟିକେ ସାବଧାନ ହେବା ଅଛି ।।


ଧନ୍ଵେନ୍ତରି ସିଦ୍ଧ ଯୋଗୀ ମହାମୁନି ଆୟୁର୍ବେଦ ବିଦ୍ୟା ଶିକ୍ଷା

ନୂତନ ପଦ୍ଧତି ଉପଯୋଗେ ତହୁଁ ରୁଦ୍ଧିମନ୍ତ ଏହି ବିଦ୍ୟା ।। 


ଅଶ୍ଵିନୀ କୁମାର ଚରକ ଧନ୍ୟ,ଧନ୍ୟ ଧନ୍ଵେନ୍ତରି ଭୂଭାଗେ

ଚିକିତ୍ସକ ସହାୟକ ସହାୟିକା (ସତେ) ଦ୍ଵିତୀୟ ଈଶ୍ଵର ତୁମେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍