STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଚିହ୍ନି ରଖ ଭ୍ରାତାଙ୍କ ବଦନ

ଚିହ୍ନି ରଖ ଭ୍ରାତାଙ୍କ ବଦନ

1 min
332


ଚିହ୍ନି ରଖ ଭ୍ରାତାଙ୍କ ବଦନ

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

---------- -------------------- ----------

• ଗୋ-ଅମୃତ ଦେଇ ଯତ୍ନେ ପାଳିଲେ କି ହେବ

• ଅହି ଗରଳ ଉଗାରେ କାହୁଁ ଛାଡିବ ସ୍ଵଭାବ

• ଖଳ ସ୍ଵଭାବ ଯେ ପ୍ରାଣୀ କୁଟିଳ କୁଚକ୍ରୀ

• ସର୍ବହରା କରେ ସଂସାରେ ତାର ହୀନ ବୁଦ୍ଧି ।।

• ଛାଇ ପରି ଚାରି ପାରୁସରେ ଲାଗି ରହେ

• ଅର୍ଣ୍ଣ,ଜଳ ଭୁଞ୍ଜି ପଛୁ ଛୁରୀ ଭୁଷି ଥାଏ

• ଖଳବୁଦ୍ଧି ନିବାରଣେ ବୁଦ୍ଧି ହୁଏ ବଣା

• ଖଳ ନୁହଇ ଆୟତ ଦୈବୀଶକ୍ତି ବିନା ।।

• ଅ‌ହି ଦଂଶନେ ଗରଳ ମନ୍ତ୍ରୈ।-ଷଧି ବଳେ

• ଉପସମ ହୋଇଥାଏ ଗୁଣିଗାରେଡି ରେ

• ଖଳ କିନ୍ତୁ ମହାନର୍ଥ ଦିଏ ଉପୁଜାଇ

• ଗୁଣି କି ଗାରେଡ଼ି ମନ୍ତ୍ର କାଟୁ କରେ ନାହିଁ ।।

• ସର୍ପ କୃର ଖଳ କୃର ସର୍ପାତ୍ କୃରତର

• ଖଳ,ସରଜେ ସମାଜେ ଖେଳ ଦୁର୍ଦ୍ଦିନର

• ସାବଧାନ ହୁଅ ବନ୍ଧୁ ଏ ଚରିତ୍ର କବଳୁ

• ନିଜକୁ ବଞ୍ଚାଅ ସର୍ବନାଶି ପ୍ରଭାବରୁ ।।

• ହିରଣ୍ୟକଶିପୁ,କଂସ,ରାବଣ,କୈ।ରବ

• ଖଳ ବୁଦ୍ଧି ର କବଳେ କେତେ ପରାଭବ

• ନାହିଁ ପିତା, ପୁତ୍ର, ପତ୍ନୀ କହ କାହିଁ ଭାଇ

• ଖଳ କଳିର ପ୍ରଭାବେ କବଳିତ ମହୀ ।।

• କେତେ ପ୍ରଲୋଭନ କେତେ ଚାଟୁବାଣୀ କହି

• ରଞ୍ଜନ କରଇ ଚିତ୍ତ ମନ ନିଏ ମୋହି

• ଅଜାଣତେ ସାବଧାନେ ହଳାହଳ ବିଷ

• ଢାଳିଦେଇ ଅବିଳମ୍ବେ ପ୍ରାଣ କରେ ନାଶ ।।

• ଭୟଙ୍କର ଏହି ଖଳ ସମାଜ ଅଇରି

• ଅତିକାୟ ରୂପତାର କରେ ହତଶୀରି

• ବେଳ ଥାଉ ଚିହ୍ନ ବନ୍ଧୁ ଏ ଭ୍ରାତାଙ୍କ ବଦନ

• କହଇ ପ୍ରଫୁଲ୍ଲ ବାରେ ହୁଅ ସାବଧାନ ।।











Rate this content
Log in