Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kali Kumar

Others

5.0  

Kali Kumar

Others

ଚିହ୍ନା ଯନ୍ତ୍ରଣା

ଚିହ୍ନା ଯନ୍ତ୍ରଣା

1 min
422


ଅଶୁଦ୍ଧ, ଅପବିତ୍ର, ଅଛୁଆଁ

ଏମିତି ଅନେକ 'ଅ' ର 

ପୁନରାବୃତ୍ତିର କଟାକ୍ଷ ସହିଛି !

ଦେଖ ! ଏ ଯନ୍ତ୍ରଣା !

ଦେଖ ଜୀବନ ପ୍ରକ୍ରିୟାରେ

ପୁଣି ସେ 'ଚିହ୍ନା ଯନ୍ତ୍ରଣା' ଲେଉଟି ଆସିଛି ।।


ଅସ୍ପଷ୍ଟ ଶବ୍ଦରେ ମୁଁ ନିଜକୁ ବୁଝେ ଦେଇଛି

ଅପ୍ରୀତିକର ଅବସ୍ଥାକୁ ଲୁଚେଇ ଦେଇଛି

ଅଦୃଶ୍ୟ ଶିକୁଳି ବାନ୍ଧି ମୁଁ ନେଇଛି

କୋହକୁ ସାଇତି ଲୁହକୁ ପିଇଛି

କାରଣ ! ........ କାରଣ,

ଏମିତି କରିବାକୁ ମା' ଶିଖେଇଛି

ସବୁ କିଛି ସହିବାକୁ

ଚୁପ୍ ରହିବାକୁ

ନାରୀ ଧର୍ମ ବୋଲି 

ସେ ମତେ କହିଛି,

ଦେଖ ! ଜୀବନ ପ୍ରକ୍ରିୟାରେ

ପୁଣି ସେ 'ଚିହ୍ନା ଯନ୍ତ୍ରଣା' ଲେଉଟି ଆସିଛି ।।


ଏ ପ୍ରକ୍ରିୟା ତ ପ୍ରକୃତି ସମ୍ଭୁତ

ଯନ୍ତ୍ରଣାର ଜର୍ଜରେ କେତେ ମୁଁ ଦଗ୍ଧୀଭୂତ

ତେବେ କୁହ ? 

କାହିଁକି କରିଛ ସବୁଠୁ ଅତୀତ(ଦୂର) 

କି ପାଇଁ ସାଜିଛି ବିନା ପାପରେ ପତିତ ।।


ପୂଜା_ଅର୍ଚ୍ଚନା, 

ରୋଷେଇ ଘରକୁ ମନା

ତୁଳସୀ ଚଉରା, ଘର ଅଗଣା

ସବୁ ପବିତ୍ର ସ୍ଥାନକୁ ଯିବାକୁ ମନା,


ଚାରି କାନ୍ଥ ଆଉ ଅନ୍ଧକାର କୋଠରୀ

ଛଟପଟ ହୁଏ ମୁଁ ଭାଗ୍ୟକୁ ଆଦରି

ଅପମାନିତ, ଅପବିତ୍ର , ଅଛୁଆଁ ନୁହେଁ

ମୁଁ ଜନନୀ ଭଗିନୀ ଜାୟା,

 ମୁଁ ଯେ ନାରୀ

ଜଠେ ଯନ୍ତ୍ରଣା ଧରି 

ନବ୍ୟ ଜୀବନର ମୁଁ ସ୍ରଷ୍ଟାକାରି 

ତେବେ ଯନ୍ତ୍ରଣାରେ କିଆଁ 

ସମାଜ ମୋ ବଇରୀ

ଅପମାନିତ, ଅପବିତ୍ର , ଅଛୁଆଁ ନୁହେଁ

ମୁଁ ଜନନୀ ଭଗିନୀ ଜାୟା,

 ମୁଁ ଯେ ନାରୀ

ଜଠେ ଯନ୍ତ୍ରଣା ଧରି 

ନବ୍ୟ ଜୀବନର ମୁଁ ସ୍ରଷ୍ଟାକାରି ।। 


Rate this content
Log in