STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଛଉ ନୄତ୍ୟହିଁ ଆମ୍ଭ ସଂସ୍କୃତି

ଛଉ ନୄତ୍ୟହିଁ ଆମ୍ଭ ସଂସ୍କୃତି

1 min
189


ମନର ଦର୍ପଣ ଛଉ ନୄତ୍ୟ ଅଟେ

ବିଚ୍ଛିନ୍ନାଚଳରେ ଭାଇ,

ଏହି ନୄତ୍ୟ ଦ୍ୱାରା ସୁନାମ ମିଳୁଛି

ସମ୍ପୂର୍ଣ୍ଣ ବିଶ୍ୱରେ ଭାଇ।୧।


ରାଜତନ୍ତ୍ର ବେଳୁ ପ୍ରଚଳିତ ଏହା

ବିଚ୍ଛିନ୍ନାଚଳ ଭୂମିରେ,

ପରମ୍ପରା ଥିଲା ଛଉର ନୄତ୍ୟର  

ଗୌରବ ମିଳେ ନୄତ୍ୟରେ।୩।      


ସଢେଇକଳାର ରାଜବଂଶଙ୍କର

ଅଲୌକିକ ନୄତ୍ୟ ଏହି,

ପ୍ରଜାଗଣ ମଧ୍ୟ ଯୋଡି ତ ଥିଲେ ଟି

ନୄତ୍ୟ କରୁ ଥିଲେ ଏହି।୩।


ଖରସୁଆଁ ମଧ୍ୟ ଛଉରେ ପ୍ରବୀଣ

ବିନା ମହୋଡାରେ ହୁଏ,

ସଜ୍ଜିତ ହୋଇଣ ଏ ନୄତ୍ୟ କରନ୍ତି

ଜଗତକୁ ଶିକ୍ଷା ଦିଏ।୪।


ଚୈତ୍ରମାସରେ ଶୁଭାରମ୍ଭ ତାର

ଅଲୌକିକ ରୂପ ଦିଶେ,

ଛଉନୄତ୍ୟର ରଙ୍ଗମଞ୍ଚ ହୁଏ

ଖୁସିର ଲହଡ଼ି ଦିଶେ।୫।


ମନର ଦର୍ପଣ ଛଉ ନୄତ୍ୟ ଅଟେ

ବିଚ୍ଛିନ୍ନାଚଳରେ ଭାଇ,

ଏହି ନୄତ୍ୟ ଦ୍ୱାରା ସୁନାମ ମିଳୁଛି

ସମ୍ପୂର୍ଣ୍ଣ ବିଶ୍ୱରେ ଭାଇ।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍