ଚହଟିବ ତୁମ ନିଜ ସ୍ୱରୂପ
ଚହଟିବ ତୁମ ନିଜ ସ୍ୱରୂପ
1 min
362
ଦର୍ପଣକୁ ଦୋଷ ଦେଉଛ କାହିଁକି
ନ ଦିଶିଲା ଯଦି ମୁହଁ ସୁନ୍ଦର,
ଛଳନାର ମୁଖା ପିନ୍ଧିଛ ମୁହଁରେ
ତା' ଲାଗି ବିକୃତ ରୂପ ତୁମର ।
ଦର୍ପଣକୁ ଯେତେ ବଦଳାଅ ତୁମେ
କେବେ ଦିଶିବନି ସୁନ୍ଦର ରୂପ,
ମୁଖାକୁ ଥରଟେ ଖୋଲିଦେଇ ଦେଖ
ଚହଟିବ ତୁମ ନିଜ ସ୍ୱରୂପ ।
