ଛୋଟରେ ବଡ଼
ଛୋଟରେ ବଡ଼
1 min
191
ଭାବନି କେହି ଛୋଟ ଆମକୁ ଛୋଟରୁ ହୁଏ ବଡ,
ଛୋଟ ଦୀପଟି ଆଲୋକଦେଇ ଅନ୍ଧାରକରେ ଦୂର |
ଧରମା,ବାଜି,ଥିଲେବି ଦିନେ ଆମରିପରି ପିଲା,
ସାରାବିଶ୍ୱରେ କାମ ତାଙ୍କର ଅମର ତାଙ୍କୁ କଲା |
ଛୋଟିଆବୋଲି ଭାବନିକେହି କାମଆମର ବଡ,
ବୁଦ୍ଧିବଳରେ ଗଢ଼ିପାରୁଛୁ ଆମେ ବି କେତେ କଳ |
କୁନିହାତରେ କୁନି ରୋବଟ ଗଢ଼ିଦେଇଛୁ ଆମେ,
ଏହାକୁନେଇ କାମରେ ଏବେ ଲଗାଇପାର ତୁମେ |
ହସ୍ପିଟାଲରେ କରିବ ସିଏ କରୋନା ରୋଗୀକାମ,
ପାଖକୁତାର ଯିବାକୁ ଆଉ ଭୟନଥିବ ଆମ |
