STORYMIRROR

Pradipta Sundar Rath

Others

3  

Pradipta Sundar Rath

Others

ଛୋଟ ଗୋଟେ ପରୀଟିଏ

ଛୋଟ ଗୋଟେ ପରୀଟିଏ

1 min
417


ଛୋଟ ଗୋଟେ ପରୀଟିଏ …

ହସୁଛି ଦେଖି ମୋତେ ଧୀରେ ଧୀରେ …

ନୁହେଁ ସପନରେ …

ବସିଛି ସେ ମୋ ନିକଟରେ ….

କହିଲି ତା ପାଶେ ବସି ...ଦେଖିଥିବା ସପନ କିଛି …

କହିଲା ସେ ହସି ...ମୋ ସପନ ତା ଜୀବନ ତା ଖୁସି …

(ପଚାରିଲି ଯେବେ… ତୋ ସପନ ଗଲା କୁଆଡେ ...ମୋ ସପନକୁ କାହିଁ ନିଜର ଭାବୁ ଏତେ...କଣ କହିଲା ଜାଣ )

ଆସି ମୋର ପାଶେ ବସି ...କହିଲା ସେ ହସି …

ତା ସବୁ ସପନ ...କରିଛି ମୁ ପୂରଣ ….

ମୋ ଅଜାଣତେ …

ଛୋଟ ଗୋଟେ ପରୀଟିଏ ...ବସିଛି ମୋ ନିକଟରେ …

ହସୁଛି ଦେଖି ମୋତେ ଧୀରେ ଧୀରେ ।।


ଥିଲା ଯେତେ ମୋର ଦୁର୍ବଳତା ….

ରାଗ ଅଭିମାନ ଈର୍ଷା …

ରାଗିଯାଏ ତା ଉପରେ ବେଳେବେଳେ …

ଚାହେଁ ତାକୁ ଅଧିକ ଭଲପାଇବାକୁ …

ଈର୍ଷା କରି ତା ପ୍ରେମକୁ …

ଅଭିମାନ କରେ କେବେ …

ରହେ ଯେବେ ସେ ନୀରବେ …

ହସିଦିଏ ସେ ଟିକେ ...ଯେବେ ମୁ ତା ଉପରେ ରାଗେ…

ମୋ ଅଜାଣତେ

ଛୋଟ ଗୋଟେ ପରୀଟିଏ ...ବସିଛି ମୋ ନିକଟରେ …

ହସୁଛି ଦେଖି ମୋତେ ଧୀରେ ଧୀରେ ।।



ମୋ ଠୁ ଅଧିକ ମୋତେ ...ଭଲପାଏ ସେ …

ବାନ୍ଧିଛି ମୋ ପରିବାରକୁ ପ୍ରେମେ …ମିଠା ମିଠା କଥା କହି ସ୍ନେହେ …

ମୋ ଅଜାଣତେ

ଛୋଟ ଗୋଟେ ପରୀଟିଏ ...ବସିଛି ମୋ ନିକଟରେ

ହସୁଛି ଦେଖି ମୋତେ ଧୀରେ ଧୀରେ ।।



ଯେ ମନ ଥିଲା ଗୁମ୍ ସୁମ୍ ...କରେ ଆଜି ଗପସପ ରାତିଦିନ ହରଦମ୍ …

ଯିବାକୁ ଚାହେଁ ଯେବେ ମନ ନୀରବରେ …ବାନ୍ଧି ରଖେ ସେ ତା ଅଭିମାନ ପ୍ରେମରେ …

ନିଶ୍ବାସ ମୁ ତା ଜୀବନର ...ସେ ଜୀବନ ମୋ ବିଶ୍ବାସ ର ….

ମୋ ଅଜାଣତେ ….

ଛୋଟ ଗୋଟେ ପରୀଟିଏ ...ବସିଛି ମୋ ନିକଟରେ

ହସୁଛି ଦେଖି ମୋତେ ଧୀରେ ଧୀରେ ।।


Rate this content
Log in