STORYMIRROR

Mahesweta Panigrahi

Children Stories

4  

Mahesweta Panigrahi

Children Stories

ଛୋଟ ଗାଁ ଟିର ଛୋଟ ପିଲାଟିଏ

ଛୋଟ ଗାଁ ଟିର ଛୋଟ ପିଲାଟିଏ

1 min
284


ଛୋଟ ଗାଁ ଟିର ଛୋଟ ପିଲାଟିଏ

କଥା ତା'ର କେବେ ସରେନା,

ସମୟ ସହିତ ପାଠ ପଢ଼ିନାହିଁ

ନା' ଟି ତାହାର ମୋହନା।


କୋମଳ ମତି ତା ଅବୁଝା ଅତି

ବିଦ୍ୟାଳୟ ବାଟ ଜାଣେନା,

ନାଁ ଲେଖାଇଲା ଦିନ ରୁ ଯାଇନି

ଆସିଗଲା ପରା କୋରନା।


ଦେଖିନି ଜମାରୁ ସ୍କୁଲ କେମିତି

ସାଙ୍ଗସାଥି ମେଳ ଖୋଜେନା,

ପାଠଶାଠ ସେ ତ ଜାଣିନି କେମିତି

ଡର ତା'ର ପାଖ ମାଡେନା।


ନାହିଁ ତା' ପାଖେ ଭ୍ରାମ୍ୟଭାଷ ଟିଏ

ଅନ୍ ଲାଇନ୍ ପାଠ ପଢେନା,

ଧୂଳିବାଲି ଏକା ସାଥି ଯେ ତାହାର

ନାହିଁ ତା' ପାଖରେ ଖେଳନା।


ଭଲମନ୍ଦ ଜ୍ଞାନ ତା' ଠାରେ ବିଶେଷ

ପର ଦ୍ରବ୍ୟ କେବେ ଛୁଏଁନା,

ମଣିଷପଣିଆ ଦେଖି ପିଲାଟିର

ବଡଲୋକଙ୍କୁ ବୁଦ୍ଧି ଦିଶେନା।


ଧନରେ ଗରୀବ ମନରେ ଧନୀ ସେ

ଇଛା ଲାଗି କେବେ ହଟେନା,

ସ୍ବପ୍ନଭରି ମନେ ରଙ୍ଗ ଦେବା କହି

ଲୋଡା ନାହିଁ ତା'କୁ ବାହାନା।


ଲାଗେ ମତି ତା'ର ପର ଉପକାରେ

ନିଜ ଲାଗି କେବେ ଜିଏଁନା,

ଶିଖାଏ ପିଲାଙ୍କୁ ମେଳି କରି ସିଏ

କଥା କେତେକେତେ ଅଜଣା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍