ଛୋଟ ଛୋଟ କଥା
ଛୋଟ ଛୋଟ କଥା
କଳିଆରେ !!!
ଭାରି ଇଚ୍ଛା ମୋର
ତୋ ସାଥେ ଗଢ଼ନ୍ତି
ଭାବର ସଂସାର ,
ଯେପରି ଦେଖନ୍ତି
ସଭିଏଁ ତୋତେରେ
ସେମିତି ଦେଖିବି ବୋଲି
ଚାହେଁ ତୋ ମୁହଁକୁ ବାରବାର ।
ତୋ ଆଖିରେ ଯଦି
ସୂର୍ଯ୍ୟ ଆଉ ଚନ୍ଦ୍ର
ରହିଛନ୍ତି ବନ୍ଧା ପଡି ,
କରି ଦିଅନ୍ତୁନି
ଜ୍ୟୋତିଷ୍ମାନ ମତେ
ସୂକ୍ଷ୍ମ ଅନୁଭୂତି ସବୁ
ପାରନ୍ତି ପଢି ।
କେଡେ ଆଶା ମୋର
ତୋର ଦିବ୍ୟ ସ୍ପର୍ଶ
ପାରନ୍ତି ମୁଁ ଅନୁଭବି ,
ଘୁଞ୍ଚି ଯାଆନ୍ତା ସକଳ ଦୁଃଖ
ଅବସାଦ ଯେତେ
ପାଆନ୍ତି ଅମୃତ ଉପଲବ୍ଧି ।
ମୋ ମଥାରେ ପାଆନ୍ତି
ତୋ ଅଦୃଶ୍ୟ ହସ୍ତରୁ
ଆଶ୍ୱାସ ଭରା ଛୁଆଁ ,
ମୋ କପାଳରେ ତୁ
ଲେଖିଦିଅନ୍ତୁ
ବଞ୍ଚିବାର ଆଶା ନୂଆ ।
ମୋ ଓଠରେ ଦିଅନ୍ତୁ
ତୋ ଜବା ଅଧର
ମଧୁଭରା ମଧୁର ହସ ,
ମଧୁମକ୍ଷୀ ପରି ମଧୁ ବିତରନ୍ତି
ହରିଯାଆନ୍ତି କାହାର କ୍ଳେଶ !
କଅଁଳ କଦଳୀ ପତ୍ର
ପଣତ କାନି ମୋ
ଭରି ଦିଅନ୍ତୁ -
ଶବ୍ଦ ଫୁଲରେ ସମ୍ଭାର ରେ ,
ଝରାଫୁଲ ପରି
କବିତା ସବୁ ମୋ
ଝରି ପଡ଼ନ୍ତା ତୋ
ଅଦୃଶ୍ୟ ପଦ ତଳେ ।
