ଛୋଟ-ବଡ଼
ଛୋଟ-ବଡ଼
ଛୋଟ କେବେ ଛୋଟ ହୋଇ ରହେ ନାହିଁ
ବଡ଼ ହୁଏ କାଳକ୍ରମେ
ଜୀବନ ଯାତ୍ରାର ଏହି ନିୟାମକ
ପ୍ରଗତିର ସାରମର୍ମେ।
ସୁଖ କେବେ ନୁହେଁ ଅମର ଧରାରେ
ଦୁଃଖର ଅଛି ଆୟୁଷ
ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ
ଏହା ହିଁ ଜୀବନ ଭାଷ୍ୟ।
ପରିବର୍ତ୍ତନ ଏ ସୃଷ୍ଟିର ନିୟମ
ଉନ୍ନତି କି ଅବନତି
ଯିଏ ଆଜି ଧୂଳି ପରେ ଲୋଟେ ଦିନେ
ଛୁଏଁ ସେ ଆକାଶ ଛତି।
କିଏ ଛୋଟ କିଏ ବଡ଼ ଏ ସଂସାରେ
ନିୟତିର ସର୍ବେ ଦାସ
ଆଜି ଯେଉଁ ଜହ୍ନ ପୂର୍ଣ୍ଣମୀରେ ହସେ
କାଲି ହୁଏ ଧୀରେ ନାଶ।
ଆଜି ଯେ ଗଛରେ ସବୁଜିମା ଭରା
କାଲି ଦିଏ ପତ୍ରଝଡ଼ା
ଯେଉଁ ନଦୀ ଆଜି ଫୁଲି ଉଠେ ଖରେ
କାଲି ତା ଶୁଖିଲା ଗଡ଼ା।
ତେଣୁ ଛୋଟ ବୋଲି ନହୁଅ ଅଧିର
କରିଯାଅ ନିଜ କର୍ମ
ବଡ଼ ହୋଇ ମନେ ଅହଙ୍କାର ଭରି
ନକର ଏହି ଅଧର୍ମ।
