STORYMIRROR

pranati Mahapatra

Others

3  

pranati Mahapatra

Others

ଛଞ୍ଚାଣ ପଞ୍ଝା

ଛଞ୍ଚାଣ ପଞ୍ଝା

1 min
181

ଦୂର ଦିଗବଳୟ ଆରପାଖେ,

ସୁନେଲି ସୂରୁଜର ମେଞ୍ଚାଏ ନାଲି ମୁରୁଜ

ଖୁସି ମନେ ବିହଗର ଡେଣାଝଡା ଉଡା

ଖଣ୍ଡଖଣ୍ଡ ଭସାବାଦଲରେ ଛାଇ ଆଲୁଅର

ଲୁଚକାଳି ଖେଳ।

ଆଃ କି ମନଲୋଭା

ସାଗରର ନୀଳ ଜଳରାଶିରେ ଢେଉ ଲହରୀର

ଅମାନିଆ ସେ ଅପରୂପ ସୌନ୍ଦର୍ଯ୍ୟ

ବିମୁଗ୍ଧ ତ ଦର୍ଶକ ର ମନ

କିଏ ଜାଣେ କେତେବେଳେ ଝାମ୍ପି ନେବ

ଖଗ ପଞ୍ଝାର ମୁନିଆ ନଖ।

ଏ ପାଖରେ ଖଗପତି ତ ସେ ପାଖରେ ଖଗ

ଭଦ୍ରମୁଖା ତଳେ କେତେ ଯେ ଅଭିନୟ

ବିଚରା କଳାକାର 

ଦେଖ କେମିତି ହୁଏ କଲବଲ ସେ 

ମାୟାଜାଲେ।

ମୃତ୍ୟୁ ସହ ସଂଗ୍ରାମ

ବଞ୍ଚିବାର ପ୍ରୟାସ ଅବ୍ୟାହତ

ହେଲେ ସେ ତ ବଳି ପଡିଯାଇଛି

ଭଦ୍ରମୁଖା ତଳେ ଥିବା

ଛଞ୍ଚାଣ ପଞ୍ଝାରେ



Rate this content
Log in