ଛନ୍ଦହୀନ ଜୀବନ
ଛନ୍ଦହୀନ ଜୀବନ


ଛନ୍ଦ ରାଗ ରାଗିଣୀରେ ବନ୍ଧା ଏଇ କବିତା,
ଛନ୍ଦହୀନ କବିତା ଯେ ଲାଗଇ ବଡ଼ ପିତା |୧|
ସୁଲଳିତ କାବ୍ୟଗୀତି
ଲାଗେ ବଡ଼ ମଧୁର,
ଜୀବନରେ ଭରିଦିଏ ଛବିଳ ମଧୁଡ଼ୋର |୨|
ଜୀବନ ଓ କବିତା ଯେ ଏକ ଛନ୍ଦେ ବନ୍ଧିତ,
କବିତା ବି ଜୀବନକୁ କରଇ ମଧୁ ପ୍ରୀତ |୩|
ଛନ୍ଦହୀନ ଜୀବନରେ ଆସଇ ଖରାଝଡ଼,
ସେ ଖରାରେ ଉଡ଼ିଯାଏ କେତେଯେ ଲୁହାବାଡ଼ |୪|
ଛନ୍ଦେ ଛନ୍ଦି ହୁଏ ବନ୍ଦି ଛନ୍ଦାୟିତ ଜୀବନ,
ସୁମଧୁରେ ବିତିଯାଏ ମଧୁମୟ ଜୀବନ |୫|
ଯେବେ ଆସେ ଜୀବନରେ ଅଦିନିଆ ମେଘଝଡ଼,
ଭାଙ୍ଗିଦିଏ ସୁଖସାରା ପ୍ରୀତିପାତ୍ର ପ୍ରୀତିଗଡ଼ |୬|
ବୀଣାତାର ଛିଣ୍ଡିଗଲେ ବେସୁରିଆ ତାର ସୁର,
ଛନ୍ଦହୀନ ହୋଇଯାଏ କି କରିବ ବୀଣା ତାର | ୭|
ମଧୁର ବସନ୍ତ ରାଗ ବିନା ଲାଗେ ପ୍ରୀତି ପିତା,
କପଟ ପଶାରେ ଛନ୍ଦି ହୋଇଯାଏ ମଧୁ ଗୀତା |୮|
ଛନ୍ଦଯୁକ୍ତ କରିବାକୁ ମଧୁର ବସନ୍ତ ମନ,
ଯୋଡ଼ି ଦିଏ ଜୀବନକୁ ପ୍ରାପ୍ତିହୁଏ ପ୍ରେମଧନ |୯|
ଛନ୍ଦହୀନ ଜୀବନକୁ କରିଦେବା ମଧୁମୟ,
ତେବେ ଯାଇ ଜୀବନଟା ହୋଇଯିବ ସୁଖମୟ |୧୦|