STORYMIRROR

Dr Baman Chandra Dixit

Others

3  

Dr Baman Chandra Dixit

Others

ଛନ୍ଦାଚରଣ

ଛନ୍ଦାଚରଣ

1 min
157


ଛନ୍ଦା ଚରଣ ମୋ ବନ୍ଦନା ଘେନ,

ଛିଣ୍ଡେଇ ଦେଲିଣି ସବୁ ବନ୍ଧନ।।


ଛଳିଆ ଠାକୁର ସବୁ ଜାଣିଛୁ,

ଛକା-ପଞ୍ଜା ଖେଳ କିଆଁ ଖେଳୁଛୁ।।


ଛଅ ଦିନର ଏ ଛାର ଜୀବନ,

ଛୋଟ ଛୋଟ ଆଶା ଛୋଟ ସପନ।।


ଛ ଦଶ ପଉଟି ଲାଳସା ନାହିଁ,

ଛଡା ତୁଳସୀକୁ ବସିଛି ଚାହିଁ।।


ଛତିଶା ନିଯୋଗ ସେବାରେ ଯାର,

ଛଳ କର କିଆଁ ବଡ଼ ଠାକୁର।।


ଛିଣ୍ଡି ଗଲା ପରେ ଡେମ୍ଫରୁ ଫୁଲ,

ଛନ୍ଦା ଚରଣ ତା ଅନ୍ତିମ ମୂଲ।।


ଛତର ଖାଇବି ଆନନ୍ଦ ହାଟେ

ଛତିଆ ବଟ ରେ ଭେଟିବି ତୋତେ।।


ଛାତିରେ ଛାତିଏ ବେଦନା ଭାର

ଛାଡି ନ ପାରେ ଏ ମାୟା ସଂସାର।।


ଛଅ ଖଣ୍ଡି କାଠ ଯୋଗାଡ଼ କରି

ଛଣ ଦଉଡି ମୁ ଧରିଛି ଭିଡି।।


ଛନ୍ଦିଦେ କାଳିଆ ତୋ ପ୍ରେମ ଡୋରେ

ଛାର କାଳ ଫାସ କି କରି ପାରେ।।



Rate this content
Log in