Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

5.0  

Prafulla Chandra Mishra

Others

ଛନ୍ଦା ରଙ୍ଗାପଦ ପଙ୍କଜେ ମନରହୁନିରତ

ଛନ୍ଦା ରଙ୍ଗାପଦ ପଙ୍କଜେ ମନରହୁନିରତ

1 min
334


ଛନ୍ଦା ରଙ୍ଗା ପଦ ପଙ୍କଜେ ମନ ରହୁ ନିରତ

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି , ଖୋର୍ଦ୍ଧା

---------- -------------------- ----------

• ନୀଳାମ୍ବୁ ଜଳଧି ମହୋଦଧି ତଟ ନୀଳ ଶଇଳ

• ଶିଖରେ ବିଜୟ ,ମୂଳେ କଳ୍ପବଟ ନନ୍ଦ ଦୁଲାଳ ।।

• ଲକ୍ଷେ ବିଷ୍ଣୁ ଶିଳା ଶୋଭିତ ସୁନ୍ଦର ରତନ ବେଦୀ

• ମଣିଶିଳା ଖଞ୍ଜା ତା ବଡ଼ ଦେଉଳ ସୁନ୍ଦର ଅତି ।।

• ତଥିପରେ ଉଡେ ପତିତପାବନ ବିଜୟ ଧ୍ଵଜା

• ନୀଳଚକ୍ରେ ଖଞ୍ଜେ ଆହାକିରୁଚିରେ ହୋଇଛି ଖଞ୍ଜା ।।

• ମେଘନାଦ ନାମେ ଚର୍ତୁପାଶ୍ଵେ ରମ୍ୟ ପାଚେରୀ ଠିଆ

• ସିଂହଦ୍ଵାରେ ସମ୍ଭ, ଅରୁଣ ,ଉପରେ ବିସ୍ତାରି କାୟା, ।।

• ଜୋଡହସ୍ତେ ଉଭା ଅନୁସରି ଦେବ ଦେବାଧିରାଜ

• ନୀଳଚଳ ଅଧିପତି ସେହି ନୀଳାମ୍ବର ସାନୁଜ ।।

• ବାଇଶି ପାବତ୍ସ ବଇକୁଣ୍ଠ ପୁର ସୁଗମ ପଥ

• ତହୁଁ ଯାଇ ଉଭା ହୁଅ ଆରେ ମନ ଗରୁଡ ପଛ ।।

• ସୂର୍ଯ୍ୟ,ଚନ୍ଦ୍ର ପଦ୍ମ ଚକା ନୟନ ରେ କଳା ବଦନ

• ପାପ ଚକ୍ଷୁ ତୋର ପବିତ୍ର ‌ହୋଇବ କର ଦର୍ଶନ ।।

• ଛଡା ତୁଳସୀ ତା କୈବଲ୍ୟ କଣୀକା ସେବନ କର

• ଚତୁର୍ଦ୍ଧା ମୂରତୀ ପଦାମ୍ଵୂଜେ ରଟୁ ଚିତ୍ତ ଚକୋର ।।

• ବେଢା ରେ ବେଢିଣ ସର୍ବ ଦେବା ଦେବୀ କରନ୍ତି ସ୍ତୁତି

• କ୍ଷେତ୍ରେଶ୍ଵରୀ ସଙ୍ଗେ ସିନ୍ଧୁରାଜଜେମା ପଦେ‌ ଖଟନ୍ତି ।।

• ଭଜନ ମଣ୍ଡପେ ତା ନାଟ ମଣ୍ଡପେ ଗୀତ ଗୋବିନ୍ଦ

• ଦେବଦାସୀ ନୃତ୍ୟ ତାଳେତାଳେ ଶୁଣ ତାଳ ମୃଦଙ୍ଗ ।।

• କୈବଲ୍ୟ ଖଳାରେ କୈବଲ୍ୟ ହାଟ ନିର୍ମାଲ୍ୟ କୁଡୁଆ

• ଆନନ୍ଦବଜାରେ ମହାର୍ଦ୍ଦ ସେବନ ଭାରି ବଢିଆ ।।

• ଭଜଇ ପ୍ରଫୁଲ୍ଲ ସେ ଜଗତପତି ବଡ଼ ସାଆନ୍ତ

• ଛନ୍ଦା ରଙ୍ଗା ପଦ ପଙ୍କଜେ ଲୟ ରଖି ନିରତ ।।



Rate this content
Log in