STORYMIRROR

Sarojini Jena

Others

4  

Sarojini Jena

Others

ଛନ୍ଦା ଚରଣ

ଛନ୍ଦା ଚରଣ

1 min
319

ତୋ ଛନ୍ଦା ଚରଣେ ବନ୍ଧା ମୋ ପରାଣ

ହେ କଳା କାଇଁଚ ମୋର,

ନିତି ଦେଖୁଥାଏ ତୋ ରୂପ ମାଧୁରୀ

ଏତିକି କାମନା ମୋର ।


ହୃଦ କନ୍ଦରରେ ତୁମେ ବିରାଜିତ

ତୁମେ ହିଁ ମୋ ଶ୍ରେଷ୍ଠ ପଥ,

ତୁମ ବିନା ଆଉ ଗତି ମୁକ୍ତି ନାହିଁ

ହେ କମଳା ଲକ୍ଷ୍ମୀକାନ୍ତ ।


ତୁମ ଦରଶନେ ଏ ଆଖି ପବିତ୍ର

ନିତି ମୋର ହେଉଥାଉ,

ତୁମ ଭଜନରେ ପ୍ରତି ସକାଳ

ଶାନ୍ତିରେ ମୋ ଭରିଯାଉ ।


ତୁମେ ମୋ ସକଳ କାମନା ବାସନା

ଆଉ କିଛି ଲୋଡ଼ା ନାହିଁ,

ଜୀବନରେ ପ୍ରଭୁ ଅନ୍ତିମ କ୍ଷଣରେ

ସାହା ଟିକେ ହେବା ପାଇଁ ।


ତୁମେ ତ ସକଳ ଶକ୍ତି ର ଆଧାର

ହେ ପରମ ପରମାତ୍ମା,

ତୁମେ ହିଁ ସୃଷ୍ଟି ତୁମେ ହିଁ ବିଲୟ

ତୁମେ ହିଁ ଜୀବନଦାତା ।


ଶକ୍ତିମୟ ପ୍ରଭୁ ଶକ୍ତିଦାତା ତୁମେ

ତୁମେ ଅନ୍ତର୍ଯ୍ୟାମୀ ହରି,

ଏ ଭବ ସଂସାରୁ ପାରି ହେବା ପାଇଁ

ତୁମ ନାମ ଜପୁଛି ହେ ଦଇତାରୀ ।


ନିତ୍ୟ ଆରାଧନା ତୁମ ପାଇଁ ପ୍ରଭୁ

ପାଶେ କିଛି ମୋର ନାହିଁ,

ଭକ୍ତି ପୁଷ୍ପ ଟିକେ ଅରପୁ ଅଛି ମୁଁ

ସାଦରେ ଘେନିବୁ ତୁହି ।


Rate this content
Log in