ଛଳନାରେ ଭରା ସମ୍ପର୍କ
ଛଳନାରେ ଭରା ସମ୍ପର୍କ
ଏ ଧରାରେ ତୁମ କୋମଳ ସ୍ପର୍ଶ,
ଭରିଦିଏ ସଂସାରେ ହର୍ଷ ଉଲ୍ଲାସ,
କ୍ଷୁଦ୍ର କ୍ରନ୍ଦନଟିିଏ ବିଚଳିତ କରେ ସହସ୍ର ମନ,
ସ୍ମିତହାସ୍ୟ ସାଜେ ଆନନ୍ଦର ଜୁଆର ।
ମୋ ଆଗମନ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ,
ଅଶ୍ରୁଧାର ମୋର କରେନି କାହାକୁ ବ୍ୟାକୁଳ ,
ହୁଏନି କେହି ଉତଫୁଲ୍ଲିତ ହସରେ ମୋହର,
ନା ଆକର୍ଷିତ ହୁଏ କାହା ନିଷ୍ଠୁର ଚାହାଣୀ ।
ତୁମେ ଜ୍ୟୋତି ବଂଶ, ଜାତି, ଗୋତ୍ର, ଗ୍ରାହସ୍ତ୍ୟର,
ତୁମ ଦ୍ବାରା କୃୃତ ପାପ ବି ପୂନ୍ୟ ,
ରାଗ, ମାନ, ଅଭିମାନ ଅଶୀର୍ବାଦର ସ୍ୱରୂପ,
ତୁମେ ଯେ ବଂଶବର୍ଦ୍ଧକ ।
ନଅ ମାସ ଗର୍ଭେ ଧରି ଲହୁ, ଲୁହରେ ସିଞ୍ଚିଲେ ବି ,
ମୁଁ ଦୁୁୁୁନିଆ ସଜାଏ ,ଆଜନ୍ମ କୂଳ ନୁହେଁ,
ମୋ ପୂନ୍ୟ ଜଳଧାରେ ବାଲିଘର ସରି,
ତୁମ ଅହଂକାରର ଲହଡିିିରେ କେବେ ବହିଯିବ ଜାଣେନା ।
ତୁମେ ପୁତ୍ର, ଅନ୍ଧାର ଘରେ ଦ୍ୱୱୀପ ସଦା ଉଜ୍ଜ୍ୱଳ,
ମୁଁ ଝିଅଟେ , ସେଇ ଦ୍ୱିପରେ ସଳିିିତା ,
ପାଉଁସ ହେଇ ଜ୍ୟୋତି ଖେଳାଏ,
କିନ୍ତୁ ନିିିଜେ ସଦା ଅନ୍ଧାର ।
ଇଏ କି ଛଳନାମୟ ସମ୍ପର୍କରେ ବନ୍ଧା ମୋ ଜୀବନ,
ସବୁଠି ତୁଳନା ,ସର୍ବେ ପାତର ଅନ୍ତର ,
ତଥାପି ଲୋକଦେଖାଣିଆ ପ୍ରେମ,
ସେ ପ୍ରେମର ମୋହର ଛନ୍ଦା ଅନ୍ତରମନ ।
