ଛଳନା
ଛଳନା
1 min
168
ତୁମେ ଏତେ ନୀଚ୍ଚ ହୋଇଲ କେମିତି
ବିଶ୍ବାସର ବିଷ ବୁଣି
ଛଳନା ହୃଦୟେ ଯଦି ଭରିଥିଲା
ନେଉଥିଲ କିଆଁ ଛାଣି।୧
ଭଲ ହୋଇଥିଲା ନଦୀର ସୁଅରେ
ଭାସି ମରି ଯାଇଥାନ୍ତି
ମିଠା ହୃଦୟରେ ଟାଣିଆଣି ଏବେ
ଦେଉନ ଟିକିଏ ଶାନ୍ତି।୨
ଭଲ ହୃଦୟରେ ନାହିଁକି ତୁମର
ଏ ଥିଲାକି ଅବଶୋସ
ବିଷ ଭରିଅଛ କେହି ନ ଜାଣନ୍ତୁ
ନିଜେ ଜାଣି ମଧ୍ଯ ହସ।୩
ତୁମର ହସଟି ଦିନେ ଲିଭିଯିବ
ସେ'ବେଳେ କିଛି ନ ଥିବ
ଛଳନାଟା ମୋଟେ ଭଲ ନୁହେଁ ସାଥୀ
ଭଲ ମଙ୍ଗେ ଓଲଟିବ।୫
ତୁମକୁ ବୁଝାଇ ଲାଭ କିଛି ନାହିଁ
ଯା'ଇଛା କରିଯା' ହାତେ
ଗୋଡ଼ ଦଉଡି଼ଟା ଓଲଟି ପଡି଼ଲେ
ବୁଝିବ ନର୍କ ନା ହିତେ?
