STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଛଳନା

ଛଳନା

1 min
175


ତୁମେ ଏତେ ନୀଚ୍ଚ ହୋଇଲ କେମିତି

ବିଶ୍ବାସର ବିଷ ବୁଣି

ଛଳନା ହୃଦୟେ ଯଦି ଭରିଥିଲା

ନେଉଥିଲ କିଆଁ ଛାଣି।୧

ଭଲ ହୋଇଥିଲା ନଦୀର ସୁଅରେ

ଭାସି ମରି ଯାଇଥାନ୍ତି

ମିଠା ହୃଦୟରେ ଟାଣିଆଣି ଏବେ

ଦେଉନ ଟିକିଏ ଶାନ୍ତି।୨

ଭଲ ହୃଦୟରେ ନାହିଁକି ତୁମର

ଏ ଥିଲାକି ଅବଶୋସ

ବିଷ ଭରିଅଛ କେହି ନ ଜାଣନ୍ତୁ

ନିଜେ ଜାଣି ମଧ୍ଯ ହସ।୩

ତୁମର ହସଟି ଦିନେ ଲିଭିଯିବ

ସେ'ବେଳେ କିଛି ନ ଥିବ

ଛଳନାଟା ମୋଟେ ଭଲ ନୁହେଁ ସାଥୀ

ଭଲ ମଙ୍ଗେ ଓଲଟିବ।୫

ତୁମକୁ ବୁଝାଇ ଲାଭ କିଛି ନାହିଁ

ଯା'ଇଛା କରିଯା' ହାତେ

ଗୋଡ଼ ଦଉଡି଼ଟା ଓଲଟି ପଡି଼ଲେ

ବୁଝିବ ନର୍କ ନା ହିତେ?

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍