STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଛଳନା

ଛଳନା

1 min
295

ଛଳନାରେ କିଏ

ଛନ୍ଦି ଦେଇଅଛି

ଛବିଳ ଧରଣୀ ଛବି

ଛଳ ଛଳ ନୀଳ

ଚଳଚଞ୍ଚଳ

ଝରଣା ଗଲାଣି ହଜି  ।।


କାଳ ଛଞ୍ଚାଣ

ଛାଇରେ ଛନକା

ଯେପରି କପୋତ ଛାତି

ଛଳନା ଛନ୍ଦେ

ମଣିଷ ଜୀବନ

ଥରୁଅଛି ଦିନ ରାତି ।।


ମେଘାଚ୍ଛନ୍ନ,ଧୂମ୍ର 

ଛାଇରେ ଛନ୍ଦା

ହୋଇଛନ୍ତି ନିଶାପତି

ଚନ୍ଦ୍ରଭାନୁ ସମ 

ଛାୟାପତି ଛବି

ଜାଳି ପୋଡି ଦିଏ ଉର୍ବୀ ।।


ଗଛବୃଛ ହୀନ 

ଅଚଳା ବିଷର୍ଣ୍ଣ

ରୂପ ଆହା ଜରାଜୀର୍ଣ୍ଣ  

ଛନ୍ଦ,କପଟ 

ଆଛନ୍ନେ ଜୀବନ

ପଦ୍ମ ପତ୍ର ଜଳ ସମ ।।


ଛକାପଞ୍ଝା ହିଂସା 

ଛଳନା ନାଟକ

ଛାତିଥରା ଦୃଶ୍ୟ ମାନ

ସମାଜ ପରଦା 

ପରେ ଆଙ୍କି ହୁଏ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍