STORYMIRROR

jagabandhu sahu

Others

4  

jagabandhu sahu

Others

ଛଳନା

ଛଳନା

1 min
299

ଆଗଣାରେ ମୋର ପ୍ରଜାପତି ହୋଇ

    ଖେଳୁଥିଳୁ ଲୁଚକାଳି

କେଉଁ ଦୋଷ ପାଇଁ ହାତ ମୋର ଛାଡି

    ପରକରି ଗଲୁ ଚାଲି l

ଭଲ ପାଉଥିଲି ଜୀବନଠୁ ବେଶୀ

   ନଥିଲା ମନେ ଛଳନା

କେମିତି ଆଜି ତୁ ଛଳନା ଛୁରିରେ

   ମନ କଲୁ ମୋର ଚୁନା l

ଚୁନା ହେଲା ସିନା ମୋ ମନ ଆଇନା

    ଭୁଲି ନପାରିଲି ତୋତେ

କେଉଁ ଜନମର ପ୍ରତିଶୋଧ ନେଲୁ

    କହିବୁକି ଥରେ ମୋତେ l

ତଥାପି କହୁଛି ଯେଉଁଠି ବି ଥାଆ

   ରହିଥା ସଦା ଖୁସିରେ

ହସୁଥାଉ ତୋର  ମଥାର ସିନ୍ଦୂର

   ହସୁଥା ତୁ ମୋ ପ୍ରିୟାରେ ll


Rate this content
Log in