STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଛଳନା କାହିଁକି

ଛଳନା କାହିଁକି

1 min
181

ମାତୃଭାଷା ପ୍ରତି ଛଳନା କାହିଁକି

 ଧରିଛୁ ବିଦେଶୀ ଭାଷା 

ମନ୍ତବ୍ୟ ତୁମର ଅଂଶୀଦାର ପୁଣି

 ହୁଏଟି ବିଦେଶୀ ଭାଷା।


ଜନନୀର ପ୍ରେମ ହୃଦୟରେ ନାହିଁ

 ତାହା ପାଇଁ ଏହୁ କର 

ମାତୃଭାଷା କରେ ରୋଦନ ଉଚ୍ଚରେ

 ଗର୍ବ ନାହିଁ ତିଳେ ତୋର।


ନୀଚ କରୁ ଅଛୁ ନିଜ ମାତୃଭାଷା 

 କିପରି ଛଳନା ତୋର?

ଉତ୍କଳର ପୁତ୍ର ହୋଇଣ ରାଷ୍ଟ୍ରରେ

 ନାହିଁ ଗର୍ବ କିମ୍ପା ତୋର?


ଉତ୍କଳ ସଂସ୍କୃତି ସବୁଠୁ ପୁରୁଣା

 ପୁରୀ କ୍ଷେତ୍ରେ ଜଗନ୍ନାଥ 

ଯାହାଙ୍କ ମହିମା ବିଶ୍ୱରେ ଗୁଞ୍ଜୁଛି

 ଦାରୁବ୍ରହ୍ମ ଜଗନ୍ନାଥ।


ବୈଭବରେ ପୂର୍ଣ୍ଣ ଉତ୍କଳର ଭୂମି

 କାଳିଆ ଗୁଞ୍ଜନ ବିଶ୍ବେ 

ବିଚ୍ଛନ୍ନାଚଳ ବି ଉତ୍କଳର ଭୂମି

 ଛେଉ ନୃତ୍ୟ ଗୁଞ୍ଜେ ବିଶ୍ୱେ।


ତେଜ୍ୟପୁତ୍ର ପରି ଛେଉଣ୍ଡ ହୋଇଛି

 ଉତ୍କଳର ନାହିଁ ଧ୍ୟାନ 

ଓଡ଼ିଆର ଶିକ୍ଷା ଶୂନ୍ୟ ପଡ଼ି ଅଛି

 ରାଜ୍ୟକରେ ହୀନିମାନ।


ଓଡ଼ିଆ କହିବା ଲଜ୍ୟା ଲାଗୁ ଅଛି

 ମାତାଙ୍କୁ କହୁଛେ ମମ୍ମି 

ପିତାଙ୍କୁ କହୁଛି ଡାଡି ଡାଡି ବୋଲି

 ହୋଇଛେ ବିଦେଶୀ କର୍ମୀ।


ଯା ଭାଷା ଦୁର୍ବଳ ନାହିଁ ତାର ଜ୍ଞାନ

 ନରଖେ ଭାଷା ସମ୍ମାନ  

କିପରି ଉଜ୍ଜ୍ୱଳ ହେବ ଭବିଷ୍ୟତ

 ଭାଷା ପ୍ରତି ନାହିଁ ଧ୍ୟାନ।


ଛଳନା ନହେଉ ମାତୃଭାଷା ପ୍ରତି

 ଶ୍ରେଷ୍ଠ କର ତାର ସ୍ଥାନ 

ତେବେ ହିଁ ଆଦର ମିଳିବ ଜଗତେ

 ଦିଅ ମାତୃଭାଷେ ଧ୍ୟାନ।


ପଢ଼ିବା ଓଡ଼ିଆ ଲେଖିବା ଓଡ଼ିଆ

 ଛଳନା ନହେଉ ତାର  

ମନ୍ତବ୍ୟ ଆମର ଓଡ଼ିଆ ରେ ହେଉ

 ଅଂଶୀଦାର ଓଡ଼ିଆର।


ତେବେ ହିଁ ଉନ୍ନତି ହେବ ମାତୃଭାଷା

 ଭବିଷ୍ୟତ ବି ଉଜ୍ଜ୍ୱଳ 

କଥା କହୁଥିବା ଓଡ଼ିଆରେ ଆମେ

 ସଂସ୍କୃତି ହେବ ଉଜ୍ଜ୍ୱଳ।


ଛଳନା ନକରି ରଖିବାଟି ମାନ

 ପୂରଣା ସଂସ୍କୃତି ଆମ 

ଜଗନ୍ନାଥ ପ୍ରଭୁ ଆମ ଇଷ୍ଟଦେବ

 ଚରଣରେ ଭକ୍ତି ଆମ।


ନୂଆ ଶିକ୍ଷାନୀତି ଦେଶରେ ହୋଇଛି

 ମାତୃଭାଷା ପଢା ପାଇଁ 

ଆଦର କରହେ ନୂଆ ଶିକ୍ଷାନୀତି

 ଶିକ୍ଷା ମାତୃଭାଷା ପାଇଁ।


ଉଚ୍ଚେ ରଖ ଆଗେ ନିଜ ମାତୃଭାଷା

 ଅନ୍ୟ ଭାଷା ପ୍ରୟୋଜନ 

ସବୁ ଭାଷା ଦେବ ଜ୍ଞାନ ହିଁ ଆମକୁ

 କରିବା ତାଙ୍କ ସମ୍ମାନ।



Rate this content
Log in