ଛଳିଆ କଳା ଠାକୁର
ଛଳିଆ କଳା ଠାକୁର
ସତରେ କାଳିଆ ତୁ କେଡେ ଛଳିଆ
ବୁଝେନା ତୋ ଲୀଳାଖେଳା
ଭକତ ବାନ୍ଧବ ତୁ ନୀଳାଚଳିଆ
ମନ ମୋହୁ ଚକାଡୋଳା।
ଯେତେବେଳେ ଯାଏ ତୋ ଶୀରିମନ୍ଦିର
ଭାବେ କିଛି କହିବାକୁ
ତୋ ଚକାଆଖିରେ ମିଶିଲେ ମୋ ଆଖି
ଭୂଲିଯାଏ ଦୁନିଆକୁ।
ଲୋତକ ଶ୍ରାବଣୀ ବହି ବହି ଯାଇ
ଭିଜିଯାଏ ମୋ ପଣତ
ସତରେ କାଳିଆ ତୁ କେଡେ ଛଳିଆ
ଜାଣିଅଛି ଏ ଜଗତ।
କାଳେ ମାଗିଦେବି ସରଗ ସୁଖ ମୁଁ
ଭାବୁଅଛୁ କିବା ମନେ
ଅନ୍ତରଯାମୀ ତୁ ଜାଣି ପାରୁନାହୁଁ
ଇଛା ନ କରିଛି ଦିନେ।
ଛଳିଆ ପଣରେ କିଏ ସରି ହେବ
ବଡ଼ କପଟିଆ ତୁହି
କେତେ କେତେ ରଥୀ ବୁଝି ପାରିଲେନି
ତୋ ପ୍ରେମେ ହୋଇଲେ ବାଇ।
କିଛି ଲୋଡା ନାହିଁ ଆହେ ଭାବଗ୍ରାହୀ
ଭାବ ତୋର ପାଶେ ଥାଉ
ଛଳନା ପଣରେ ହେଉ ହେ ଠାକୁରେ
ତୁମ କୃପା ବର୍ଷା ସଦା ହେଉ।