STORYMIRROR

Purna chandra Rana

Others

3  

Purna chandra Rana

Others

ଛିଣ୍ଡା ମଶିଣା

ଛିଣ୍ଡା ମଶିଣା

1 min
8.7K



ମାଆର ଉଦରେ ପାଇଛୁ ଜନମ

କରିଯାଅ ଧନ ଭଲ କରମ,

ଲୋଭ,ଅହଂକାର ନ ରଖି ତୋ ମନେ

କର ପର ସେବା ହେବ ଧରମ l(କ)


ଗରବ, ଅହିଂସା କ୍ଷଣିକ ବିଚାର

ବିଖଣ୍ଡିତ କରେ କାହାର ଚିତ୍ତ,

ସୁବିଚାର ତୋର ଗଢିବ ଦୁନିଆଁ

ହୋଇବେ ଜଗତେ କେତେ ଯେ ମିତ l(ଖ)


କରିବୁନି ତୁହି ବିନାଶ କାହାର

କାହା ଚିତ୍ତେ ପୁଣି ଦବୁନି ବାଧା,

ଭାଇ ଚାରା ରଖି ଚଳିବୁ ସଂସାରେ

ସଭିଏଁ କରିବେ ତତେ ଶରଧା l(ଗ)


କେହି ନୁହେଁ ପର ସଭିଏଁ ନିଜର

ମୋହର ତାହାର ତୁଚ୍ଛ ଶବଦ,

ଆଜି ଅଛୁ ତୁହି କାଲି ଚାଲିଯିବୁ

କି ଲାଭ କା ସାଥେ କରି ବିବାଦ l(ଘ)


ଶେଷରେ ତୋ ସାଥି ଛଅ ଖଣ୍ଡ କାଠ

ପଡିଥିବ ପାଖେ ତୋ ପିନ୍ଧା ଲୁଗା,

ନଥିବେ ତୋ ପାଖେ ସାହି ପରିଜନ

ନ ଥିବ ତୋ ପ୍ରତି କାହା ଶରଧା l(ଙ)


ତୋର ପରାଣଟି ଚାଲିଗଲା ପରେ

କିଛି କ୍ଷଣ ହେବ ଦୁଃଖ ସଭିଙ୍କୁ,

ଭଲ କି ଖରାପ ଶୁଣିବ ତୋ ଆତ୍ମା

ଯେଉଁ କରମକୁ କରିଥିବୁ ତୁ l(ଚ)


ଭଲ କରିଥିଲେ ହେବ ଜୟକାର

ଆତ୍ମାଟି ତୋହର ପାଇବ ଶାନ୍ତି,

କରିଥିଲେ ତୁହି ଖରାପ କରମ

ପାଇବନି ଆତ୍ମା ଜମା ମୁକତି l(ଛ)


ବିଗ୍ରହ ତୋହର ନୁହେଁ ତ କାହାର

ବ୍ଯର୍ଥେ କରନାହିଁ ତୁ ମନଉଣା,

ଏ ଜୀବନ କାଳ ଅଭିନୟ ମାତ୍ର

ଶେଷରେ ମିଳିବ "ଛିଣ୍ଡା ମଶିଣା" l(ଜ)


ପୂର୍ଣ୍ଣଚନ୍ଦ୍ର ରଣା

ହାଟସିଂହାପୁର, ଯାଜପୁର

ମୋ. ୮୮୭୨୯୦୭୦୮୬



Rate this content
Log in