STORYMIRROR

ସନାତନ ଦାସ

Others

3  

ସନାତନ ଦାସ

Others

ଛିଣ୍ଡା ବହି

ଛିଣ୍ଡା ବହି

1 min
223

ମୋ ଅତୀତର ଛିଣ୍ଡା ବହିରେ

ତୁମେ ଥିଲ କେଉଁ ଏକ

 ଚିରା ପୃଷ୍ଠାରେ ଏକ କବିତାର,

ଅଭୁଲା ଶୀର୍ଷକ.....।।


ମୋ ଜୀବନର ଲାଇବ୍ରେରୀ

ଆଜି ସାଇତି ରଖିଚି

ସେଇ ଛିଣ୍ଡା ବହିକୁ

ଆଜି ତୁମର ଆବର୍ତ୍ତମାନରେ...।।


ତୁମେ ଗଲା ପରେ ସେ ଛିଣ୍ଡା ବହିରେ

ନଥିଲା କିଛି ପଢିବାକୁ 

ଭାବିଥିଲି ଫିଙ୍ଗିଦେବି କେଉଁ 

ଏକ ଅନ୍ଧାରୁଆ ଅଳିଆ ଗଦାରେ..।।


ମନଟା ବୁଝୁ ନଥିଲା ଜମା,

ଗୁମୁରି ଗୁମୁରି କାନ୍ଦୁ ଥିଲା

ଖୋଜୁଥିଲା ତୁମର ସ୍ନେହ ପରଶ,


ହେଲେ ସେ ଜାଣି ନଥିଲା 

ତୁମେ ସବୁ ଦିନ ପାଇଁ

ମୋ ପାଇଁ ଅତୀତର ଚିରା

ଫର୍ଦ୍ଦ ହୋଇସାରିଛ..

ମୋ ଛିଣ୍ଡା ବହିରେ..।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍