STORYMIRROR

Banabihari Mishra

Others

3  

Banabihari Mishra

Others

ଛଦ୍ମରାଗ

ଛଦ୍ମରାଗ

1 min
357

କହିଦେଲି ତାକୁ ମନଖୋଲି ଦିନେ

ହୃଦୟରୁ ଭଲପାଉଛି ବୋଲି

ଧମକେଇ ମତେ କହିଲା ଝିଅଟି

ରହ ତୋ ବୋଉକୁ କହୁଛି କାଲି।


ବୋଉ ଆଗେ ଯାଇ ଫେରାଦ ହେଇକି

ଲାଜେଇ କହିଲା ଶୁଣ ମାଉସୀ

ଭଲପାଏ ବୋଲି କହେ ତୁମ ପୁଅ

ଆଜିକାଲି ଦୁଷ୍ଟ ହେଉଛି ବେଶୀ


ବୋଉ ମୋ କହିଲା ଶୁଣୁଲୋ ଝିଅ

ପୁଅ ମୋର ଭଲକାମ କରିଛି

ତୋ ଭଳିଆ ଗୋଟେ ସୁନାନାକୀ ଆଉ

ଗୁଣର ଝିଅକୁ ସିଏ ବାଛିଚି।


ତୋ ଲାଜୁଆ ମୁହଁ କହୁଛି ଏ କଥା

ତୁ ତାକୁ ନିଶ୍ଚୟ ଭଲ ପାଉଛୁ

ଏବେ ମତେ ଖୋଲି କହିଦେ ଝିଅଲୋ

କେବେ ବୋହୂ ହେଇ ଘରେ ଆସୁଛୁ।


ତୋ ଭଳି ସୁନ୍ଦରୀ ବୋହୂ ଏ ଘରକୁ

ପୁଅ ଯେବେ ମୋର ଆସିବ ଆଣି

ଜାଣିଥା ଏତିକି ଖଟୁଲିରେ ତୋତେ

ବସେଇବି କରି ମୁଁଁ ଠାକୁରାଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍