STORYMIRROR

Satyabati Swain

Others

3  

Satyabati Swain

Others

ଛାତିତଳ ରକ୍କା ଓ ସ୍ମାର୍ଟ ଭୟ

ଛାତିତଳ ରକ୍କା ଓ ସ୍ମାର୍ଟ ଭୟ

1 min
12.9K


ସେଦିନ ବି ଥିଲା ଏମିତି କଥା

କୁରୁସଭା ତଳେ ଦ୍ରୌପଦୀ ଉଲଗ୍ନ ବେଳେ

ଭୀଷ୍ମ,କର୍ଣ୍ଣ,ଦ୍ରୋଣ ସଭାସଦ ଗଣ

ମଜା ଲୁଟୁଥିଲେ ଜୁଳୁଜୁଳୁ ଚାହିଁ

ଗୋଟେ ଅସହାୟ ନାରୀର ଆକୁଳ ବିବସନତା।।

ଆଜିବି ସେ କଥା ଘଟୁଛି ନିତି

ଭକୁଆ ପରିକା ହେଉଛନ୍ତି କିଛି

କାଉ କିନ୍ତୁ ନେଇଯାଏ କଜଳପାତି

ସକାଳ କଥାଟି ଭୁଲି ହେଇଯାଏ ହୋଇଲେ ରାତି

ନାରୀର ଅଶ୍ଳୀଳ ଅଙ୍ଗ ସୌଷ୍ଠବ

ବିଜ୍ଞାପନ ପ୍ରଦର୍ଶନ ହେବା ଏଠି ଥୟ ।।

ଆଇଁଷିଆ ଗନ୍ଧ କୁତୁ କୁତୁ କରେ

ଦୁଷ୍କର୍ମ ହୁଏ ଘରେ ବାହାରେ ଦିନ ଦିପହରେ

ପିଲା କି ବୟସ ବିଚାର ପାଇଁ କି

ଶାଗୁଣାର କି ଅବା ଯାଉଛି

ଝୁଣି ଓଟାରି ସେ ଖାଇବ ମାଉଁସ

ଥୋଡା କିଛି ପଛେ ଦେବେ ତ ସାହସ।।

ଘଣ୍ଟ ଘୋଡାଇ କି ରଖିବେ ଶାଗୁଣାକୁ

ମିଛରେ ତଦନ୍ତ ହେବ ଲୋକେ ଜାଣିବାକୁ

ଚତୁରେ ଚତୁରେ କୋଳା କୋଳି ହେବେ

ଡେଟେ ପରେ ଡେଟେ ଗଡାଇବେ

ନ୍ୟାୟ ପାଇଁ ଧାଉଁଥିବା ଲୋକଟା

ପାଦ ଛିଡିଯିବ ପଇସା ସରିବ

ମୁଣ୍ଡେ ହାତ ଦେଇ ଧିକ୍ କହିବ ଜୀବନଟା।।

ଭାରି ଭୟ ଲାଗେ ମୋ ଗେଲ୍ଲୀ ପାଇଁ ପରା

ଆଖିର ମନଣି ମୋ ସୁନ୍ଦରୀ ତରା

ଦେଖିଲେ ଘଡ଼ିଏ ଚାହିଁବ ତାକୁ

କେଉଁ ସିନ୍ଦୁକରେ ରଖିବ ମୋ ଛାତି ସ୍ପନ୍ଦନକୁ

ଆଶା କରିଥିଲି କୋଟିଏ ତରାରେ କରି ଗୋଟିଏ

ପଢ଼ାଇ ବଢ଼ାଇ କରିବି ଜହ୍ନ ଟିଏ

କି ଜହ୍ନ କରିବି ଏବେତା ବଂଚିବା ବଡ଼ ପ୍ରଶ୍ନଟିଏ

ମୋ ମା ଛାତି ତଳର ରକକାଟିଏ

ନାହିଁ ନଥିବା ଯନ୍ତ୍ରଣାର ସ୍ମାର୍ଟ ଭୟଟିଏ।।


Rate this content
Log in