STORYMIRROR

Prabhanjana Tripathy

Others

2  

Prabhanjana Tripathy

Others

ଛାତି

ଛାତି

1 min
154

ହୃଦୟ ଲୁଚିଛି ପିଣ୍ଡ ପଡିଛି,

ପିଞ୍ଜରାର କାରାଗାରେ,

ତା ଭାବନାକୁ ସାଉଁଟି ସଜାଡି,

କିଏଅବା ପଢ଼ିପାରେ ।


ନିଜେ ନିଜପାଇଁ ନିଜଦୁଃଖ ଘାଣ୍ଟି,

ଏକାନ୍ତରେ କଣେ ବସି,

ପିଇବ ଗରଳ ବଞ୍ଚିବାକୁ ହେଲେ,

ନିଜ ରକ୍ତ ନିଜେ ଶୋଷି ।


ଭାବକୁ ପରଖି ସାଥି ସହଚରେ,

ସଙ୍ଗାତ ସାଥେ ବାଣ୍ଟି,

ଦୁଃଖ ବାଣ୍ଟିଦେଲେ ସୁଫଳ ମିଳଇ,

ଉଶ୍ୱାସ ଲଗାଇ ଛାତି ।


Rate this content
Log in