STORYMIRROR

Satyabati Swain

Others

2  

Satyabati Swain

Others

ଛାତି ତଳ ଭୟ ଓ ସ୍ମାର୍ଟ ରକ୍କା

ଛାତି ତଳ ଭୟ ଓ ସ୍ମାର୍ଟ ରକ୍କା

1 min
473


ସେଦିନ ବି ଥିଲା ଏମିତି କଥା

କୁରୁସଭାତଳେ ଦ୍ରୌପଦୀ ଉଲଗ୍ନ ବେଳେ

ଭୀଷ୍ମ,କର୍ଣ୍ଣ,ଦ୍ରୋଣ ସଭାସଦ ଗଣ

ମଜା ଲୁଟୁଥିଲେ ଜୁଳୁଜୁଳୁ ଚାହିଁ

ଗୋଟେ ଅସହାୟ ନାରୀର ଆକୁଳ ବିବସନତା।।


ଆଜିବି ସେ କଥା ଘଟୁଛି ନିତି

ଭକୁଆ ପରିକା ହେଉଛନ୍ତି କିଛି

କାଉ କିନ୍ତୁ ନେଇଯାଏ କଜଳ ପାତି

ସକାଳ କଥାଟି ଭୁଲି ହେଇଯାଏ ହୋଇଲେ ରାତି

ନାରୀର ଅଶ୍ଳୀଳ ଅଙ୍ଗ ସୌଷ୍ଠବ

ବିଜ୍ଞାପନ ପ୍ରଦର୍ଶନ ହେବା ଏଠି ଥୟ ।।


ଆଇଁଷିଆ ଗନ୍ଧ କୁତୁ କୁତୁ କରେ

ଦୁଷ୍କର୍ମ ହୁଏ ଘରେ ବାହାରେ ଦିନ ଦିପହରେ

ପିଲା କି ବୟସ ବିଚାର ପାଇଁକି

ଶାଗୁଣାର କି ଅବା ଯାଉଛି

ଝୁଣି ଓଟାରି ସେ ଖାଇବ ମାଉଁସ

ଥୋଡା କିଛି ପଛେ ଦେବେତ ସାହସ।।


ଘଣ୍ଟ ଘୋଡାଇକି ରଖିବେ ଶାଗୁଣା କୁ

ମିଛରେ ତଦନ୍ତ ହେବ ଲୋକେ ଜାଣିବାକୁ

ଚତୁରେ ଚତୁରେ କୋଳା କୋଳି ହେବେ

ଡେଟେ ପରେ ଡେଟେ ଗଡା ଇବେ

ନ୍ୟାୟ ପାଇଁ ଧାଉଁଥିବା ଲୋକଟା

ପାଦ ଛିଡିଯିବ ପଇସା ସରିବ

ମୁଣ୍ଡେ ହାତ ଦେଇ ଧିକ କହିବ ଜୀବନଟା।।


ଭାରି ଭୟ ଲାଗେ ମୋ ଗେଲ୍ଲୀ ପାଇଁ ପରା

ଆଖିର ମଣି ମୋ ସୁନ୍ଦରୀ ତରା

ଦେଖିଲେ ଘଡ଼ିଏ ଚାହିଁବ ତାକୁ

କେଉଁ ସିନ୍ଦୁକରେ ରଖବି ମୋ ଛାତି ସ୍ପନ୍ଦନକୁ

ଆଶାକରିଥିଲି କୋଟିଏ ତରାରେ କରିବି ଗୋଟିଏ

ପଢ଼ାଇ ବଢ଼ାଇ କରିବି ଜହ୍ନ ଟିଏ

କି ଜହ୍ନ କରିବି ଏବେ ତା ବଂଚିବା ବଡ଼ ପ୍ରଶ୍ନ ଟିଏ

ମୋ ମା ଛାତି ତଳର ରକକାଟିଏ

ନାହିଁ ନଥିବା ଯନ୍ତ୍ରଣାର ସ୍ମାର୍ଟ ଭୟଟିଏ।।


*ସତ୍ୟବତୀ ସ୍ଵାଇଁ,ମୀନୁ,ବାଲିକୁଦା,ଜଗତସିଂହପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍