STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ଛାଇ ଯେବେ ପର ହୁଏ

ଛାଇ ଯେବେ ପର ହୁଏ

1 min
206


ସହଜ ନଥିଲା..
ଯେବେ..
ପିଣ୍ଡ ରୁ ପରାଣ କାଢି ବଞ୍ଚିଗଲି ଦି'ଓଳି..
କମ୍ପିତ ସ୍ପନ୍ଦନ ମୋର
ଚୁପ୍ ଚାପ୍ ଋଷି ବସିଥିଲା..
ମୋ ଲାଗି
ପରିତ୍ୟକ୍ତ ହୃଦୟ ରେ ନିର୍ବାସନ ଶ୍ରେୟ ହେଲା..
ମୁଁ ଟପ୍ କିନା ଗଳୁଥିଲି
ମହାଶୂନ୍ୟ ମହାକାଶ ରୁ
କୁଆଁ ତାରା ହେଇ..
ମାଟି ମୁହାଁ ହୋଇ..
ସେତବେଳେ..
ସବୁ ଜାଣିପାରୁଥିବା ଆକାଶ
ମୋ ପାଖରେ ପରିଚୟ ମାଗୁଥିଲା..
ମୁଁ କିନ୍ତୁ..
ନିରବ -ନିଶ୍ଚଳ-ନିରୁତ୍ତର ହୋଇ ଖସୁଥିଲି..
ଜାଣିଥିଲି..
ଅଭୟ ର ଆଶୀର୍ବାଦ ହାତଟି
ତଳ ମୁହାଁ ହେଇ ଶୋଇଥିଲା..
ତା ଦେହର ଛାଇ ଟା
କଟି କରି
ଶୀତଳତା ପରିବର୍ତ୍ତେ ନିର୍ଜନତା ବାଢୁଥିଲା..
ଆତ୍ମତୃପ୍ତି ପରିବର୍ତ୍ତେ ଆତ୍ମଜ୍ୱାଳା ସାଜିଥିଲା..
ସେବେଳେ ସହିବା ଟା
ଜମା ସହଜ ନଥିଲା..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍