STORYMIRROR

Pinku Ranbida

Others

3  

Pinku Ranbida

Others

ଛାଡପତ୍ର

ଛାଡପତ୍ର

1 min
246

ସାତ ଜନ୍ମର ପ୍ରତିଶୃତି ନେଇ 

ବିବାହ ବନ୍ଧନରେ ସାଜିଥିଲା ସାଥି, 

କିଏ ବା ଜାଣିଥିଲା 

ମିଛ ହେବ ସବୁ ଏଠି l 


ରାମ ସୀତା, ରାବଣ ମନ୍ଦୋଦରୀ 

ମନ୍ତ୍ର ପାଠ କରି, 

ଦୁନିଆଁ ଆଗରେ ସାଥି ହୋଉ 

ଆସିଥିଲା ହାତ ଧରି l 


ସ୍ୱାମୀ, ସ୍ତ୍ରୀର ବିବାହ ବନ୍ଧନ

ହୋଇଗଲା ଶୂନ୍ୟ,  

ହୃଦୟର ପ୍ରେମ ଗଭୀରତା 

ହୋଇଗଲା ଵିଚ୍ଛିନ୍ନ l 


ଦଶଦିଗ ପାଲ ସାକ୍ଷୀ ରଖି 

ହାତରେ ହାତ ଗଣ୍ଠି ବାନ୍ଧି, 

ଶେଷ ନିଃଶ୍ୱାସ ଯାଏ ସାଥି ହେବାପାଇଁ 

କରିଥିଲା ପ୍ରାଣ ବନ୍ଦୀ l


ସବୁ ମନ୍ତ୍ର ପାଠ ମିଛ ହୋଇଛି 

ଶିବ ପାର୍ବତୀ ଯୋଡି, 

ସାତ ଜନ୍ମର ସାତଟି ମନ୍ତ୍ର 

ନିଆଁରେ ଯାଇଛି ପୋଡି l 


ଦୁନିଆଁ ଆଗରେ ମିଛ ସାବ୍ୟସ୍ତ 

ସିନ୍ଦୂର, ମଙ୍ଗଳ ସୂତ୍ର,  

ସାତ ଜନ୍ମର ପ୍ରେମ ସାଥିକୁ 

ସ୍ତ୍ରୀ ମାଗେ ଛାଡପତ୍ର l 


ଜୀବନ ରାସ୍ତାରେ ଏକା ଚାଲିବାକୁ 

ସ୍ତ୍ରୀ ମାଗୁଛି ଛାଡପତ୍ର, 

କେତେ ବା ଦୁଃଖ ସାହିବ ସିଏ 

ନୁଆଁଇ ଦେଇ ମସ୍ତକ l 


ସର୍ବ ସହ୍ୟ ନାରୀ, ସର୍ବ ସହିନି 

ଆଜି ଯାଇଛି ହାରି,  

ଦୁଃଖର ଯନ୍ତ୍ରଣା କେତେ ସହିବ 

ଦୁନିଆକୁ ଡରି ଡରି l


ଆଜି ସେ ମୁକ୍ତ ହେବାକୁ ଚାହୁଁଚି 

ମିଛ ମାୟା ସଂସାରରୁ,  

ବିବାହ ବନ୍ଧନରେ ବାନ୍ଧି ନ ହୋଉ 

ଦେଖିବାକୁ ଖୁଲା ଆକାଶକୁ l 


ମନର ବେଦନା, ଆଁଖିର ଲୁହ 

ସବୁ ଦେଇଛି ପୋଛି, 

ନିଜେ ନିଜକୁ ସ୍ୱାଧୀନ କରିବାକୁ 

ସ୍ତ୍ରୀ ଛାଡପତ୍ର ମାଗୁଛି l



Rate this content
Log in