STORYMIRROR

jagabandhu sahu

Others

3  

jagabandhu sahu

Others

ଛାଡଖାଇ

ଛାଡଖାଇ

1 min
400

ମାସ ଯାକ ଧର୍ମ   ପାଳିଲେ ବହୁତ

   ଏକା ଦିନେ ପାପ ଅର୍ଜିବେ

ମାଛ ଛେଳି ଆଉ   କୁକୁଡା ମାନଙ୍କୁ

   ମାରି ସର୍ବେ ଆଜି ଗିଳିବେ ।


ମାଛ କହେ ଜଳେ ଆହେ ନାରାୟଣ 

   ଏ କେମିତିକା ଯେ ବିଚାର

ପଶୁ ଠାରୁ ହୀନ   ପାଲଟି ଯାଇଛି

     ମଣିଷ ମାନଙ୍କ ଆଚାର ।


ଛେଳି କହେ ପୁଣି   କୁକୁଡାକୁ ଚାହିଁ

    ନାମକୁ ଯେ ଧର୍ମ ପାଳନ୍ତି

ଏକା ଦିନେ ଶହ ଶହ ପ୍ରଣୀଙ୍କର

    ବଅଁଶ ସେମାନେ ବୁଡାନ୍ତି ।


ଧରମ ନାମରେ    ରକ୍ତାତ କରନ୍ତି

    ଧରଣୀ ମାଆର ଛାତିକୁ

ଅବିବେକ ଆଜି   ମଣିଷ ସମାଜ

    ଗଲାଣିତ ରସାତଳକୁ ।


ଯାହା ହେବା କଥା ହେବ ଲୋ କୁକୁଡା

    ମନ ଦୁଃଖ କାହିଁ କରୁଛୁ

ସ୍ବାର୍ଥପର ଏଇ    ମଣିଷ ଗୁଡାକୁ

    ନିଜ ଗୁଣେ କ୍ଷମା କରୁଛୁ ।


ଛାଡ ଖାଇ ଅର୍ଥ  ଅଲଗା ଯେ ସବୁ

   ସେମାନେ କାହୁଁବା ବୁଝିବେ

ଜାଣ ଅଜାଣନ୍ତେ  ଆଜି ସେଇ ମାନେ

    ଲକ୍ଷେଜନ୍ମ ପାପ ଅର୍ଜିବେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ