STORYMIRROR

Mr.Siddheswar Behera

Others

3  

Mr.Siddheswar Behera

Others

ଛାଡଖାଇ

ଛାଡଖାଇ

1 min
200

ଦିନ ଗଣୁଥାଏ ମଣିଷ

ଶେଷ ହେବ କେବେ ପଞ୍ଚୁକ।

ମାସକ ହବିସ୍ୟ ଉଜେଇ

ଖାଇବ ସେ ଟିକେ ଆମିଷ।। 


ଆମିଷ ବଜାର ଫାଙ୍କା ପଡିଥିଲା 

ପରିବା ବଜାର ଭିଡ।

ପଞ୍ଚୁକ ସରିଲା ଛାଡଖାଇ ହେଲା 

ଏବେ ଛେଳି,କୁକୁଡା ଉପରେ ମାଡ।। 


ଯାହାତ ଲୁଟିଲେ ପରିବା ବେପାରୀ 

ଏବେ ଆମିଷ ବେପାରୀଙ୍କ ପାଳି ।

ମାଛ ମାସଂ ଦର କେତେଯେ ବଢିବ

ଖାଉଟିଙ୍କ ମନେ ଭେଳି ।।


କିଲୋ ପିଛା ଦର ଯାହା ହେଉ

ଘରେ ହେବ ଆମିଷ ତରକାରୀ ।

ବାରରେ ପଡିଛି ଛାଡଖାଇ 

ଅର୍ଥ ନଥିଲେ କରିବ ହାତ ଉଧାରି ।।


ଛାଡଖାଇ ପାଇଁ କେତେ ପଶୁପକ୍ଷୀ 

ହୁଅନ୍ତି ମଣିଷର ଶୀକାର ।

ପଶୁପକ୍ଷୀ ମାରି କି ପୂଣ୍ୟ ଅରଜିବା

ଆମେ କରିବା ଟିକେ ବିଚାର।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍