STORYMIRROR

Jagabandhu Sahu

Others

2  

Jagabandhu Sahu

Others

ଛାଡଖାଇ

ଛାଡଖାଇ

1 min
2.2K


ଶନିବାର ବୋଲି ବଞ୍ଚିଗଲୁ ଆଜି

ହେ ନାହିଁ ଛନ ଛନ

କାଲି ରବିବାର ଛାଡଖାଇ ହେବ

ରଖିଥା ବାବୁରେ ମନ


ଘୋର କଳିକାଳ ନାହିଁ ଦୟା ଧର୍ମ

ଖାଇବେ ମଦ ଓ ମାସଂ

ତାଙ୍କ ସ୍ବାର୍ଥ ପାଇଁ ଅମରି ଜୀବନ

ହୋଇବ ନିଶ୍ଚୟ ଧ୍ବସଂ


ଶାସ୍ତ୍ର ଯେ କହିଛି ପ୍ରାଣିଙ୍କ ମଧ୍ୟରେ

ମାନବ ଜୀବନ ଶ୍ରେଷ୍ଟ

ସେଥି ପାଇଁ ପରା ନୀରିହ ପ୍ରାଣିର

ଜୀବନ କରନ୍ତି ନଷ୍ଟ


ଛେଳି କୁକୁଡାର ଏଇ କଥା ଶୁଣି

ବିଚାର କରିଲେ ଧର୍ମ

ସକଳ ଜଗତେ ଶ୍ରେଷ୍ଟ ପ୍ରାଣି ହୋଇ

ଏ କି କରୁଛ କୁ କର୍ମ


ହେ ବନ୍ଧୁ ବାନ୍ଧବୀ ଆହେ ସାଙ୍ଗ ସାଥୀ

ଘେନ ମୋର ନିବେଦନ

ଜୀବ ହତ୍ଯ ଆଉ କର ନାହିଁ କେହି

କରନି ମାସଂ ଭୋଜନ


ମଦ ମାସଂ ଯୋଦି ଛାଡିବ ସମସ୍ତେ

ଆତ୍ମା ବି ହୋଇବ ସୁଧି

ସତ୍ ମାର୍ଗ ସତ୍ ପଥେ ଚାଲିବ ସମସ୍ତେ

ଇଶ୍ବର ଦେବେ ଯେ ବୁଦ୍ଧି


ସଂସାର ନାବରେ ଜୀବନ ନଉକା

ସରି ସରି ଆସେ ବେଳ

ଶେଷ ବେଳେ ସାହା ହେବେ ହର ହରି

ପାଇ ଯିବ ଥାଳ କୂଳ


ପ୍ରେମ୍ କବି ଜଗବନ୍ଧୁ ସାହୁ


Rate this content
Log in