Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର Ajaya Kumar ବେହେରା Behera

Others

4.3  

ଅଜୟ କୁମାର Ajaya Kumar ବେହେରା Behera

Others

ଛାଡ଼ଖାଇ ବାତ୍ୟା

ଛାଡ଼ଖାଇ ବାତ୍ୟା

1 min
185


ମାସକ ପୂର୍ବରୁ ଦାନା ବାନ୍ଧିଥିବା

   ଲଘୁଚାପ ଘନୀଭୂତ ।

ପ୍ରତ୍ୟେକ ମୁଖରୁ ବାର୍ତ୍ତା ପହଞ୍ଚୁଛି

  ନେବ ହିଁ ବାତ୍ୟାର ରୂପ ।।


ଧୀର ଗତି ତାର ପ୍ରଖର ହେଉଛି

   ଅତି ଭୟଙ୍କର ହୋଇ ।

ଚାଲିଛି ଗଣନା ହୋଇ ଆନମନା

   ଶୀଘ୍ର କାହିଁ ଆସୁନାହିଁ ।।


ରାକ୍ଷସ ପ୍ରବୃତ୍ତି ଉଦ୍ରେକ ହେଉଛି

   କରିବ ବଳ ପ୍ରୟୋଗ ।

ପଶୁ ପକ୍ଷୀ ମାରି ଶେଷ କରିଦେବ

    ନିଜ ଗର୍ଭକୁ କ୍ଷେପିବ ।।


ଛେଳି କୁକୁଡ଼ାଙ୍କ ବିଚାର ଚାଲିଛି

  କେମିତିକା ବାତ୍ୟା ଏହି ।

ମଣିଷଙ୍କୁ ଛାଡି ଆମ ବଂଶଧର

  କାହିଁକି ଯିବ ସେ ଖାଇ !!


ନିରୀହ ଜୀବନ ନିଷ୍କପଟ ମନେ

    କାହୁଁ ଆସିବ କପଟ ।

ଛାଡ଼ଖାଇ ବାତ୍ୟା ପ୍ରକୃତିର ନୁହେଁ

   ସମ୍ପୂର୍ଣ୍ଣ ମନୁଷ୍ୟକୃତ ।।


ନିଜ ପାଖେ ରଖି ଯତ୍ନରେ ପାଳନ୍ତି

   କରିବାକୁ କଣ ହତ୍ୟା ।

ମନେ ଲଘୁଚାପ ହୃଦେ ଘନୀଭୂତ

  ଆସେ ଛାଡ଼ଖାଇ ବାତ୍ୟା ।।


Rate this content
Log in