STORYMIRROR

Ajay kumar Behera

Children Stories

3  

Ajay kumar Behera

Children Stories

ଛାଡି ଦେଲି ମୁହିଁ

ଛାଡି ଦେଲି ମୁହିଁ

1 min
205


ଛାଡି ଦେଲି ମୁହିଁ      ଉଡ଼ି ଯିବୁ ତୁହି

    ନୀଳାକାଶେ ବହୁ ଦୂର

ମୁକ୍ତ ଆକାଶର       ଉଡା ପକ୍ଷୀ ତୁହି

    ନିରୀହ ତୋ ବ୍ୟବହାର।୧।


ଆବଦ୍ଧ ପିଞ୍ଜରା      ଦେଇ ପାରିବନି

    ଖୁସିର ସେ ସ୍ୱାଧୀନତା

ଚାଲି ଯିବୁ ତୁହି      ଦୂର ଦେଶେ ପୁଣି

    ଫେରିବୁ ଧରି ବାରତା।୨।


ଶାନ୍ତିର ଦୂତ ତୁ      ଶାନ୍ତିର ପ୍ରତୀକ

     ସବୁରି ମଙ୍ଗଳ ପାଇଁ

ପାଇ ବାରତା ତୋ    ଖୁସିରେ ଆଜି ବି

     ଧନ୍ୟ ମୋ ଭାରତ ଭୂଇଁ।୩।


ଅଜ୍ଞାନପଣ ମୋ      ଦୂର ହୋଇ ଅଛି

     ଜାଣିଛି ବୁଝିଛି ମୁହିଁ

ନିରୀହ ପକ୍ଷୀ ତୁ      ଉଡ଼ି ଉଡ଼ି ଯାଆ

    ପଛକୁ ଚାହିଁବୁ ନାହିଁ।୪।


ବନ ଝରଣାରେ      ଖେଳିବୁଲି ତୁହି

     ଗାଇବୁ କେତେ ଯେ ଗୀତ

ଭେଟୁ ଥିବୁ ପୁଣି      ନୂଆ ନୂଆ ସାଥି

     ହୋଇବେ ସବୁ ତ ମିତ।୫।


ତୋ ମନ କଥାକୁ     ପଢି ମୁଁ ପାରିଛି

     ଡର ନାହିଁ ଆଉ ତୁହି

ପ୍ରକୃତି କୋଳରେ     ଖେଳିବୁ ବୁଲିବୁ

     ରୋକିବିନି ଆଉ ମୁହିଁ।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍