STORYMIRROR

Pritipriya Mohanty

Others

2  

Pritipriya Mohanty

Others

ଛାଡି ଚାଲିଯାଅ ମତେ

ଛାଡି ଚାଲିଯାଅ ମତେ

1 min
12.8K


ଆହେ ଅହଂକାର କାହିଁକି ଆସିଲ,

ମୋର ଏ ସରଳ ମନେ,

ତୁମ ପାଇଁ ଆଜି ନାନା କଥା ଦେଖ

କହିଲେଣି ମତେ ଜନେ।


କିଏ କହିଲାଣି ଗର୍ବି ବୋଲି ମତେ,

ପୁଣି କିଏ ଅହଂକାରୀ,

କିଏ କହିଲାଣି ବିବେକ ବୁଦ୍ଧିକୁ,

ଦେଇଛି ମୁଁ ହତ୍ୟା କରି।


ସରଳ ନୀରିହ ମଣିଷ ମୁଁ ଥିଲି,

ଆସିବା ଆଗରୁ ତୁମେ,

ପ୍ରବେଶିଲ ଯେବେ ଏ ମନ ମନ୍ଦିରେ,

ବଦଳିଲି ମୋ କରମେ।


ଆଚାର ବିଚାର ବଦଳିଲା ସବୁ,

କରମ ସାଥିରେ ମୋର,

ଅଶାନ୍ତି ଦେଲି ମୁଁ ସବୁରି ମନରେ

ନିଜର ହୋଇଲେ ପର।


ଛାଡିଯାଅ ମୋର ନିର୍ମଳ ମନକୁ

ଆହେ ଦୁଷ୍ଟ ଅହଂକାର,

ଭଲ ମଣିଷ ମୁଁ ହୋଇବି ସମାଜେ

ତୁମେ ଯଦି ହେବ ଦୂର।


ପ୍ରୀତିପ୍ରିୟା ମହାନ୍ତି

ଶିକ୍ଷୟିତ୍ରୀ

ମୟୂରଝାଲିଆ,ରଣପୁର

ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍