STORYMIRROR

Srinibas Mahalik

Others

3  

Srinibas Mahalik

Others

ଛଅ ଋତୁ

ଛଅ ଋତୁ

1 min
14.1K


ଛ' ଋତୁ ଭିତରୁ ତିନି ଋତୁ ବୋଧେ

ଗଲେଣି କୁଆଡେ ହଜି

କେବେ ସେ ଆସନ୍ତି କେବେ ସେ ଯାଆନ୍ତି

ଜାଣି ମୁଁ ପାରେନି ଖୋଜି ।।

ଗ୍ରୀଷ୍ମ ବର୍ଷା ଶୀତ ଏହି ତିନିଙ୍କୁ ମୁଁ

ଜାଣିଅଛି ଭଲ ଭାବେ

ହେଲେ ଏ ଶରତ ହେମ ବସନ୍ତଙ୍କୁ

ଫିଲ୍ କରିନି କେବେ ।।

ଛ' ଋତୁଙ୍କର ନାମ ମୁଁ ପଢିଛି

ବହିରେ ଖାତାରେ ଯାହା

ବାସ୍ତବିକ୍ କେବେ ଦେଖିନି ଆଖିରେ

ଲମ୍ବା କି ଚଉଡା ତାହା ।।

ସରକାରଙ୍କୁ ମୋ ଗୋଟିଏ ବିନତି

ମୋ କଥା ଶୁଣିବା ହେବେ

ଋତୁମାନଙ୍କର ଆଗମନ ହେଲେ

ସୂଚନା ଟିକିଏ ଦେବେ !!


Rate this content
Log in