STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଚେନାଏ ହସ

ଚେନାଏ ହସ

1 min
187

ଶିଶୁଙ୍କ ମୁଖରେ ଚେନାଏ ହସ

ଯେବେ ଫୁଟି ଉଠେ ସଭିଏଁ ବଶ।୧


ବୁଢାଠାରୁ ବଢୀ଼ ଆନନ୍ଦ ମନେ

ଧନ୍ୟ ହୋଇଯାନ୍ତି ଶିଶୁର ଧ୍ୟାନେ।୨


ଶିଶୁ ହସିଲେ କି ରାଗି ପାରିବ

ଶରଧା ସେନେହେ କୋଳେଇ ନେବ।୩


ଦେଖୁଥିବ ତାର ମୁଖ ଚନ୍ଦ୍ରମା

ଖୁସିରେ ଆଉଁସି ଅଥବା ଚୁମା।୪


ଚେନାଏ ହସଟି ଫୁଲ ସଦୃଶ 

ଆକାଶେ ଯେମିତି ତାରାଙ୍କ ହସ।୫


ଦୁବଘାସ ଅଗେ ମୋତି କାକର 

ପାଣିରେ ଖେଳୁଛି ତରଙ୍ଗ ନୀର।୬


ଚେନାଏ ହସରେ ସଭିଏଁ ବଣା

ଯିଏ ପାଇଯିବ ତାର ଠିକଣା।୭


ଆକାଶ ବତାଶ ମରତେ ସବୁ

ଦେଖିନେଲେ ସଦା ହୋଇବ କାବୁ।୮


ଚେନାଏ ହସନ୍ତୁ ଭାଇ ଭଉଣୀ

ମନ ହୃଦୟକୁ ନିଅନ୍ତୁ ଜିଣି।୯


ଯଦି ନିଜ ମୁଖ ଉଷୁନା ହାଣ୍ଡି

ବିମୁଖ ହୋଇକି ଯିବେରେ ଛାଡି଼।୧୦


ଅନୁରୋଧ ସହ ଯୋଡୁଛି କର

ଚେନାଏ ହସିଲେ ମୋତି ନିର୍ଝର।୧୧



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍