STORYMIRROR

Shashanka sekhar Ray

Others

5.0  

Shashanka sekhar Ray

Others

ଚାଷୀଟିଏ କହେ

ଚାଷୀଟିଏ କହେ

1 min
218


ଚାଷ କାମ ଯାହାର କେତେ ସୁଖ ତାହାର

ହସ ଲାଗେ ପିଲା ଦିନେ ପଢିଥିବା କଥାଟି ମୋର

ଜନ୍ମରୁ ଯନ୍ତ୍ରଣାକୁ ଆଣିଥିଲି ମୁଣ୍ଡପାତି ସହି

ଅଭିଶପ୍ତ ଜୀବନଟା ମୋର କି ଲାଭ କାହାକୁ କହି ।

ଋଣଯନ୍ତାରେ ସାହୁକାର ଶୋଷନ୍ତି ମୋର ରକ୍ତମାଂସ

ସରକାରୀ ସାହାଯ୍ୟ କାହାରି ଅନୁକମ୍ପାକୁ ନାହିଁ ବିଶ୍ଵାସ

ହୋ ହାଲା କରନ୍ତି ବିରୋଧୀ ସରକାର

କେହି ବି ଦିନେ ବୁଝନ୍ତିନି

କେମିତି ଚଳୁଛି ମୋର ତେଲ ଲୁଣ ସଂସାର ।

ତଳ ପାହାଚର ମଣିଷ ତୁଠ ପଥର ସାଜି

ପଡିରହିଛି କେଉଁ କାଳରୁ ମୁଁ ଆଜି

ନିଘା ନାହିଁ କାହାର ମୋର ଫଟା କପାଳକୁ

ସ୍ଵାଭିମାନୀ ମାଟିର ମଣିଷ ମୁଁ

ହସ ବାଣ୍ଟି ବାଣ୍ଟି ଅକାଳେ ଝଡିଯିବି ପଛେ

ପାଥେୟ କରିବିନି କେବେ ଭିକ୍ଷା ବୃତ୍ତିକୁ ।


ଶଶାଙ୍କ ଶେଖର ରାୟ

ମୋ - ୭୩୭୭୧୯୭୯୯୯

ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍