STORYMIRROR

Minati Rath

Others

4  

Minati Rath

Others

ଚାଷୀଭାଇ ପରି କିଏ ହୋଇବ?

ଚାଷୀଭାଇ ପରି କିଏ ହୋଇବ?

1 min
188

ବୈଶାଖର ପ୍ରଚଣ୍ଡ ଖରାରେ

ଶ୍ରାବଣର ମୂଷଳ ଧାରାରେ

ମାଘମାସ ହାଡଭଙ୍ଗା ଶୀତରେ

ବସନ୍ତରେ ଗାଇ ଗାଇ ଗୀତରେ

ହଳ ଲଙ୍ଗଳକୁ ନେଇ ସାଥିରେ

ତା' ସଂସାର ଛାଡ଼ି ଭାଗ୍ୟ ହାତରେ

ଚାଲିଯାଏ ନିତି ଗାଁ ଦାଣ୍ଡରେ

ଜଗତର ବୋଝ ବୋହି ମୁଣ୍ଡରେ।


ଜଗତର ମୁଖେ ଦେଇ ହରଷ

ନିଜେ ପିଏ ନିତି ଯାତନା ବିଷ

ମାଡେ ନାହିଁ ପାଖ ତା'ର ଅଳସ

ମନ ତା'ର ଥାଏ ସଦା ସରସ

ଚିର ସହଚର ଝଡ଼ ବତାସ

ତଥାପି ସେ ଖୋଜେ ନାହିଁ ଉଆସ

ଜୀବନରେ ହୁଏ ନାହିଁ ନିରାଶ

ଦୁଃଖ ସାଥେ ବିଟେ ତା'ର ବୟସ।


ଦୁନିଆ ଆଖିରେ ନିଃସ୍ୱ ଗରିବ

ତା' ଅନ୍ତର କଥା କିଏ ବୁଝିବ?

ତା' ଦୁଃଖର ବୋଝ କେ' ବା ବୋହିବ?

ତା' ପାଇଁ କି ନିଷ୍ଠୁର ଏ ଦଇଵ !

ଚାଷୀ ଭାଇ ପରି କିଏ ହୋଇଵ

ନିଜେ ପଛେ ଉପାସରେ ଶୋଇବ

ଗରିବର ଆଖ୍ୟା ସିନା ପାଇବ

ବିଶ୍ବ ହିତ ପାଇଁ କାମ କରିବ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍