STORYMIRROR

Sambit Srikumar

Others

3  

Sambit Srikumar

Others

ଚାଷୀ

ଚାଷୀ

2 mins
161


ଅକ୍ଷୟ ତୃତୀୟା ଆସିଲେ ନୀତି ନିର୍ଦ୍ଧାରକ

ଗୋଷ୍ଠୀର ଭଗ୍ନ ହୁଏ କୁମ୍ଭକର୍ଣ୍ଣ ନିଦ୍ରା

ଅଚାନକ ମନେ ପଡେ ଚାଷୀର କଥା

ଦିନେ ବି ଗାଆଁ ମୁହଁ ଦେଖିନଥିବା

ଧୋବ ଧଉଳିଆ ସ୍ବଚ୍ଛ ଭାବମୂର୍ତ୍ତି ସମ୍ପନ୍ନ

ଦରଦୀ ନେତାଙ୍କ ଚେଲା ଚାମୁଣ୍ଡା ମେଳରେ

ଗହୀର ବିଲରେ ଲାଗେ ଗହଳି

ଧୋତିରେ କଛାମାରି ନାଲି ଗାମୁଛାଟାକୁ

ମୁଣ୍ଡରେ ଭିଡ଼ି ପକ୍କା ଚାଷୀ ହେବାର

ନିଖୁଣ ଜୀବନ୍ତ ଅଭିନୟ କରିବାର ବେଳ

ଏଇଟା କୋଉ ଯେ ରକେଟ୍ କାରିଗରୀ ଜ୍ଞାନ

ହାତରେ ପାଞ୍ଚଣ ଲଙ୍ଗଳ ଅକ୍ଷି ମୁଠି ଧରି

ଗଣମାଧ୍ୟମ କ୍ଯାମେରା ଆଗରେ

ଚାଲେ ଭଳିକି ଭଳି କେତେ ପ୍ରହସନ!!

ଗାଆନ୍ତି ସଭିଏଁ ଚିରାଚରିତ ଘୋଷା ଗୀତ

ସାହିତ୍ୟ ବହିର ସାବଲୀଳ ପଦ୍ଯାବୃତ୍ତିରୁ

ଭୂତପୂର୍ବ ପ୍ରଧାନମନ୍ତ୍ରୀଙ୍କ ଲୋମଟାଙ୍କୁରା ସ୍ଲୋଗାନ

ଯାଏଁ କେତେ କଣ କଥା କହନ୍ତି

କୁହାଳିଆ ତୁଣ୍ଡ ବାହାସ୍ପୋଟରେ

କିଏ କହେ ଚାଷୀ ଭାଇ ଦେଶର

ଅର୍ଥନୀତିର ସୁଦୃଢ଼ ମେରୁଦଣ୍ଡ

ତ ଆଉ କିଏ ଦୁଇ ପାଦ ଆଗକୁ ବଢି

କହେ ସିଏ ପରା ଅନ୍ନଦାତା ଯୋଗାଉଛି

ସାରା ଦୁନିଆକୁ ଆହାର

ସତେ କି ଆନନ୍ଦ ତାହାର!!

ଚାଷୀ ଖାଇଲେ ଖାଉ ଜହର

ସହୁ ବନ୍ୟା ବାତ୍ୟା ମରୁଡ଼ିର ପ୍ରହାର

ତା' ପାଇଁ ଦରଦ ନାହିଁ କାହାର

ଭୋଟ୍ ବ୍ୟାଙ୍କ୍ ରାଜନୀତିର ପଶାପାଲିରେ

ସିଏ ତ ମୋହରାଟିଏ ମାତର

ସଭିଏଁ ତାହାର ହୀତାକାଂକ୍ଷୀ ଶୁଭେଚ୍ଛୁ

ଭାଇ ବନ୍ଧୁ ଜ୍ଞାତି କୁଟୁମ୍ବ ସୋଦର

ହାତେଇବାକୁ ଇଭିଏମ୍ ଟିପଚିହ୍ନ

କେତେ ଯେ ଯୋଜନା ଚାଷୀ ପାଇଁ

ହେଲେ ନୁଖୁରା ମୁଣ୍ଡରେ ତା'ର

ବା ତେଲ ଟୋପେ କାହିଁ??

"ବାହାଘର ପରେ ବେଦୀ ମୁହଁ ପୋଡ଼ା"

ନ୍ୟାୟରେ ଆର ଦିନକୁ ଚାଷୀ ପାଶୋର

ଚାଷୀ ହେବାଟା ସମସ୍ୟାର ଗନ୍ତାଘର

ପୋକରା ବିହନଠୁ ଅଭାବୀ ବିକ୍ରି

ମଧ୍ୟରେ ଯେତେକ ଅଭାବ ଅସୁବିଧା

ସ ବୁକିଛି ଲେଖା ଚାଷୀର ଭାଗ୍ୟରେ

ପେଟ ତ ତା'ର ପୁରେନି ନେତା

ମନ୍ତ୍ରୀ ଅଫିସରଙ୍କ ମନମତାଣିଆ ଭାଷଣରେ

ନାର୍ଯ୍ୟ ପ୍ରାପ୍ଯ ପାଇଁ ଆନ୍ଦୋଳନ କରି

ରାସ୍ତାକୁ ଓହ୍ଲାଇଲେ ଏଇ ଚାଷୀ

ପାଲୋଟି ଯାଏ କାଳେ ଦେଶଦ୍ରୋହୀ

ରାଷ୍ଟ୍ରବାଦୀ ରାଷ୍ଟ୍ରଭକ୍ତଙ୍କ ମତରେ!!



Rate this content
Log in