STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଚାରୋଟି କବିତା

ଚାରୋଟି କବିତା

1 min
165


       -ସଞ୍ଜ-

ସଞ୍ଜ ନଇଁଗଲେ ପଶ୍ଚିମ ଆକାଶେ

   ଘରକୁ ଫେରନ୍ତି ପ୍ରାଣୀ

ଉଦ୍ଭିଦ ଜଗତ ବିଶ୍ରାମ ନିଅନ୍ତି

   ଚନ୍ଦ୍ରମା ଦେଖାଏ ଠାଣି

   ଆକାଶୁ ଝରିବ ପାଣି

କି ସୁନ୍ଦର ଆହା ଈଶ୍ବର ସର୍ଜନା

   ଥୋଇଛନ୍ତି ଜାଣିଜାଣି।

         

        -ଚନ୍ଦ୍ରମା-

ନିଜର ଆଲୋକ ନ ଥାଉ ପଛକେ

   ଶୀତଳ କିରଣ ବୁଣେ

ଅନ୍ଧାରକୁ ନାଶି ଆଲୋକିତ କରି

   ଜୀବଙ୍କର ମନ କିଣେ

   ସେ ଏକା ଚନ୍ଦ୍ରମା ଜଣେ

ତାଙ୍କ ପରି କେହି ନାହିଁ ଜଗତରେ

   ବିଶ୍ବହିତେ ପ୍ରତିକୋଣେ।

       

      -ଛବିବହି-

ଛବି ବହିଟିଏ କିଣିଦିଅ ତୁମେ

   ବସିକି ପାଠ ପଢି଼ବି

ଶିକ୍ଷାଲାଭ କଲେ ଦେଶ ବିଦେଶର

   କଥାକୁ ମୁହିଁ ଜାଣିବି

   ନ ହେଲେ ମୂର୍ଖ ମୁଁ ହେବି

ନିତିଦିନ କିଆଁ କାମ କରିକରି

   ସଂସାରୁ ମୃତ୍ଯୁ ଲଭିବି?

       

       -ଅତିଥି-

ଅତିଥି ନୁହନ୍ତି ସାକ୍ଷାତ ଈଶ୍ବର

   ସତ୍କାର କରିଲେ ଆମେ

ସନ୍ତୁଷ୍ଟ ହୋଇବେ ସ୍ବୟଂ ଭଗବାନ

   ଯିଏ ପାଳୁଛନ୍ତି ଧାମେ

   ଏହା ଭାବିନେଇ କର୍ମେ

ଦେହ ଓ ମନକୁ ସନ୍ତୋଷ ରଖିବା

   ଆସନ୍ତୁ ହେ ଭାଇମାନେ।

         


Rate this content
Log in