STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଚାରୋଟି କବିତା

ଚାରୋଟି କବିତା

1 min
126


      ଟାଙ୍ଗରତଳି

ମୋର ଟିକି ଗାଁ ଟାଙ୍ଗରତଳି

 ସରଗରୁ ଉଚ୍ଚତ୍ତର

ଯା'ର ପବନ ପାଣିକୁ ପିଏ

 ଅମୃତ ସମାନ ଝର

 ମାଆମାଟି ଆପଣାର 

ଆଲୋକ ସ୍ବଚ୍ଛ ପବିତ୍ର ଭୂମି

 କିଏ ହେବ ସମ ତାର।

       

        ପତି

ପତି ଆଜିକାଲି ରୋଷେଇ କରୁଛି

   ପତ୍ନୀର ହୁକୁମ ମାନି

କ୍ଷୀର ପିଆଉଛି କର୍ମକୁ ଆଦରି

  ବାହାରେ ବୁଲିଲେ ପତ୍ନୀ

  ପିନ୍ଧୁନି ଲୁଗାର କାନି

ମଥାରେ ସିନ୍ଦୂର ହାତେ ଶଙ୍ଖା ବିନା

   ପତି ସମ୍ମାନରେ ହାନି।

         

         ହୃଦୟ

ବାପା ଚାହେଁ ନାହିଁ ପୁଅର ହୃଦୟ

   ମା ଚାହାଁନ୍ତିନି ଝିଅର

ଭାଇ ଭଉଣୀକୁ ପତ୍ନୀ ବି ପତିକୁ

   ହୃଦୟୁ ଝରେ କି ନୀ'ର

   ସ୍ବାର୍ଥ ଆଜି ଭରପୂର

ଜଗତଟା ଖାଲି ଅଶାନ୍ତ ସମୁଦ୍ର

   ସବୁ ଏଠି ସାତ ପର।

         

        ମହାବାହୁ

ତୁମେ ଓଡି଼ଶାର ମଉଡ଼ମଣି ହେ

   ମହାବାହୁ ନାମେ ଖ୍ଯାତ

ବିଶ୍ବ ଦରବାରେ ତହଳ ପଡୁଛି

   ଉଡା଼ଇ ନିଜର ନେତ

   ହୋଇ ସଭିଙ୍କର ମିତ

ଦୁଃଖରେ ସୁଖରେ କଲ୍ଯାଣ କରୁଛ

   ବଡ଼ ଦାଣ୍ଡେ ରଚି ଯାତ।

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍