STORYMIRROR

Krushnapriya Mohapatra

Others

3  

Krushnapriya Mohapatra

Others

ଚାଲଯିବା ବୁଲି

ଚାଲଯିବା ବୁଲି

1 min
319

ଚାଲ ଯିବା ସାଙ୍ଗ ବୁଲିବାକୁ ଥରେ

ପଢ଼ିଥିଲେ ଆମେ ଯେଉଁଠି ପାଠ

ବିତିଥିଲା ଆମ ପିଲାଦିନ ଯହିଁ 

ଅଭୁଲା ମୁହୂର୍ତ୍ତ, ସେ ବିଦ୍ୟାପୀଠ।

ବିଦ୍ୟାଳୟ ହତା ଥିଲା, କିବା ଥିଲା ଆମ୍ବ ବଗିଚା,

ହରିଡା଼ ବାହାଡା ନଡିଆ ଗଛକୁ ଘାସ ଗାଲିଚା।

ଆଜି ଵି ନାଚୁଛି ଆଖିରେ ସେ ଦୃଶ୍ୟଚିତ୍ର ପରାଏ ,

ଭୁଲିପାରିବିନି ସେଇ ଦିନ ସବୁ ବଞ୍ଚିବା ଯାଏ।

ଚାଲ ଯିବା ସାଙ୍ଗ ବୁଲିବାକୁ ଥରେ.......

ପୋଖରୀରେ ଫୁଟି କଇଁଫୁଲ ଦିଶେ କି ମନୋହର

କାଚକେନ୍ଦୁ ପାଣି ଲାଗଇ ପଡ଼ିଛି ନାଲି ଅବିର।

ଖରା ଦିନେ ବସି ପାଠପଢୁ ଥିଲୁ ଗଛଛାଇରେ,

ଶୀତ ଦିନହେଲେ ବସୁପୁଣି ଯାଇ ଖରା ଜାଗାରେ।

ସେ ଖୁସି ଆନନ୍ଦ ମିଳୁଛି ,

 କି ସାଙ୍ଗ ଆଉ କେଉଁଠି,??

ଲୁଣଲଙ୍କାନେଇ,କଷିଆମ୍ବ କାଟି

ଖାଉଥିଲେ ଲୁଚିଲୁଚି।

ବେଞ୍ଚ ନ ଥିଲା ଚୌକି ନଥିଲା

ଗଛ ମୂଳେ ପଢ଼ି ଲେଖି

ସମୟ ଆମର କଟିଗଲା ଯହିଁ

ପ୍ରକୃତିକୁ ଦେଖିଦେଖି ।

ଚାଲଯିବା ସାଙ୍ଗ ବୁଲି ବାକୁ ଥରେ ....।

               

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍