STORYMIRROR

Bunee Tripathy

Others

4  

Bunee Tripathy

Others

ଚାଲିଗଲା ପରେ

ଚାଲିଗଲା ପରେ

1 min
309

କଳାମେଘ ସାଥେ ଖେଳେ ଲୁଚକାଳି

  ଅଞଦିନ ବରଷା ରାଣୀ

ପାଦ ଚିପିଚିପି ଆସିଯାଏ କେବେ

  ଘୋଡାଇ ମେଘ ଓଢଣୀ।


ପାଦରେ ପିନ୍ଧିଛି ବାଜେଣି ନୂପୁର

  ରୁମୁଝୁମୁ ବାଜୁଅଛି

ଟୋପିଟୋପି ବିନ୍ଦୁ ମୁକୁତା କଣିକା

  ଗଗନୁ ପଡେ କି ଖସି ?


ଗୁମାନ କରିଣ ଆସିଅଛି ଧାଇଁ

   ଅଦିନେ ବରଷା ହୋଇ

ତପ୍ତ ଧରଣୀକୁ ଚନ୍ଦନ ପ୍ରଲେପ

  ଶୀତଳ କରିବ ସେହି।


ପୃଥିବୀର ମନ ବୁଝେତ ବରଷା

   ଆସିଯାଏ ଅଦିନରେ

ରୁମଝୁମ କରି ବରଷି ଯାଏ ସେ

  ଛୁଇଁଯାଏ ନୀରବରେ।


ଅଦିନ ପ୍ରେମିକ ପରି ଆସିଯାଉ

  ଲୁଚିଛପି ଗହିରରେ

ଚୋରା ପିରତୀଟା ଲାଗଇ ମଧୂର

  ପ୍ରେମିକାଟା ମିଳିଗଲେ।


ବରଷାରେ ଭିଜି ଖୋଜୁଛିତ ମନ

   ହେବାପାଇଁ ଏକାକାର

ତୋଦେହର ବାସ୍ନା ପାଗଳ କରୁଛି

  କରୁଛିରେ ଅଙ୍ଗିକାର।


ଅଦିନ ବରଷା କହିଯାଏ କାନେ

  ଅତର୍କିତ ଦିଏ ଖୁସି

ତାର ଆଗମନେ ଶିହରିତ ମନ

  ପୁଲକିତ ହୁଏ ନିଶି।


ଅକାଳେ ସକାଳେ ଆସିଯାଉ ତୁହି

  ମେଘ ସବାରିରେ ପରା

ଚାଲିଗଲା ପରେ ମାଟିର ବାସ୍ନା

  ବୁହାଏ ଲୋତକ ଧାରା।


କ୍ଷଣିକର ଦେଖା ମାଳେନାହି ମନ

   ତୁହାଇ ତୁହାଇ ଖୋଜେ

ସପନ ପରି ତୁ ଆସିଯାଉ କେବେ

    ହସି ଖେଳାଉ ମଉଜେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍