STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ଚାଲିବାକୁ ପୁଣି ହେବ

ଚାଲିବାକୁ ପୁଣି ହେବ

2 mins
222



ସ୍ମୃତି ର ଟୋକେଇ ମୁଣ୍ଡ ରେ ମୁଣ୍ଡେଇ

ଚାଲିବାକୁ ଏବେ ହେବ 

ଲୁହ ର ସାଗରେ ବୁଡି ଉଠି ପୁଣି 

ପହଁରି ଯିବାକୁ ହେବ 

ଏମିତି ତ ନିତି ନୀଳ ନଇ ଟିଏ 

ଜୀବନ ରେ ବୋହୁଥିବ 

ଅସଜଡା ବାଟ ସାଜି ଦେଇ ଏବେ

ଚାଲିବାକୁ ପୁଣି ହେବ..


ଅନ୍ଧକାର ରାତ୍ରି ପାହିଗଲା ପରେ 

ସୁନେଲି ସୁରୁଜ ଉଇଁବ  

ଦୁଃଖ ର ପାହାଡ ଚଢିଗଲା ପରେ 

ସୁଖ ର ଗାଆଁ ଟି ହସିବ 

ପରସ୍ତ ପରସ୍ତ ଯନ୍ତ୍ରଣା ଭିତରୁ 

ଖୁସି ର ବୀଜ ଟି ଫୁଟିବ 

ଅସଜଡା ବାଟ ସାଜି ଦେଇ ଏବେ

ଚାଲିବାକୁ ପୁଣି ହେବ..


ବୈଶାଖି ପ୍ରହାର ସହି ଗଲେ ସିନା 

ଚଇତି ପବନ ବୋହିବ 

ଶ୍ରାବଣ ଛୁଆଁ ରେ ମାଟି ଓଦା ହେଇ 

ସଜ ଋତୁବତୀ ହେବ 

ହାଡ ଭଙ୍ଗା ଶୀତ ପ୍ରକୋପ କୁ ଏଠି 

ପଥର ଛାତି ଟି ସହିବ 

ଅସଜଡା ବାଟ ସାଜି ଦେଇ ଏବେ

ଚାଲିବାକୁ ପୁଣି ହେବ..


ପ୍ରେମ ଭାଙ୍ଗିଯାଉ ଆଇନା ଟେ ସିଏ

ଚେହେରା ତ ହସୁଥିବ 

ହୃଦୟ କୋଣରେ ଆଉ କାହା ପାଇଁ

ଘରଟିଏ ତୋଳୁଥିବ

ସେ ଗଲେ ଯାଉ କେତେ ଯେ ଆସିବେ

ମନେ ମନେ କହୁଥିବ

ଅସଜଡା ବାଟ ସାଜି ଦେଇ ଏବେ

ଚାଲିବାକୁ ପୁଣି ହେବ.. 


ମାତୃ ପିତୃ ଭାତୃ ଭଗିନୀ ଦେଶ ପ୍ରିତି 

ପ୍ରାଣ ରେ ମୋ ରହିଥିବ 

ହିଂସା ଘୃଣା କ୍ରୋଧ ସ୍ୱାର୍ଥ ସାତ ସିନ୍ଧୁ

ପରଦେଶୀ ବନ୍ଧୁ ହେବ

ଏକ ଆଶା ଭାଷା ମାନ ମନେ ରଖି 

ଐତିହ୍ୟ ଗାଥା ଗାଇବ

ଅସଜଡା ବାଟ ସାଜି ଦେଇ ଏବେ

ଚାଲିବାକୁ ପୁଣି ହେବ.. 


ନୀତି ଅନୀତି କୂଟ ରାଜନୀତି 

ଭୂତଳେ ସମାଧି ପଡିବ

ମୁଖା ତଳ ର ଅସଲ ଚେହେରା 

ଶବ୍ଦ ର ଆଖି ଦେଖିବ 

ଓଠ ଖୋଲିବନି ତୁନି ରହିଥିବ 

ଲେଖନୀ ବିବସ୍ତ୍ର କରିବ

ଅସଜଡା ବାଟ ସାଜି ଦେଇ ଏବେ

ଚାଲିବାକୁ ପୁଣି ହେବ..


କଳା କୀର୍ତ୍ତି ବୀର ଯୋଦ୍ଧା ର ଏ ମାଟି 

ଶାନ୍ତି ସମୀର ବାହିବ 

ଖଡ୍ଗ ବନ୍ଧୁକ ବାରୁଦ ର ନୁହେଁ 

କଲମ ର ଭାଷା ବୁଝିବ

ନାଲି ନୀଳ ଶ୍ୱେତ ନାରଙ୍ଗି ସବୁଜ

ମିଶ୍ରିତ ରଙ୍ଗ ଉଡିବ 

ଅସଜଡା ବାଟ ସାଜି ଦେଇ ଏବେ

ଚାଲିବାକୁ ପୁଣି ହେବ.. 


ଐଶ୍ବର୍ଯ୍ଯ କାଶ୍ମୀର ସ୍ୱର୍ଣିମ ମୁକୁଟ 

ମୁରୁକି ମୁରୁକି ହସିବ

ପବିତ୍ର ଗଙ୍ଗା ରୁ ଲହୁ ଝର ନୁହେଁ 

ଅମୃତ ବାରି ଝରିବ 

ପୁରୁବ ପଶ୍ଚିମ ଉତ୍ତର ଦକ୍ଷିଣ 

ଭାତୃତ୍ୱ ବନ୍ଧନ ଜାଗିବ 

ଅସଜଡା ବାଟ ସାଜି ଦେଇ ଏବେ

ଚାଲିବାକୁ ପୁଣି ହେବ.. 


ହିନ୍ଦୁ ମୁସଲିମ ଶିଖ୍ ଈସାହି 

ଏକତା ତ୍ରିରଙ୍ଗା ଉଡିବ 

ଗୀତା ବାଇବେଲ କୋରାନ ଗୁରୁଗ୍ରନ୍ଥ

ଅହିଂସା ର ମନ୍ତ୍ର ପଢିବ 

ମାନ ବା ନମାନ ମୋ କଥା ବନ୍ଧୁ 

ଅବଶ୍ୟ ଏ ସତ୍ୟ ଘଟିବ 

ଅସଜଡା ବାଟ ସାଜି ଦେଇ ଏବେ

ଚାଲିବାକୁ ପୁଣି ହେବ...


×××××××××××××××××

ଶିବ ଚରଣ ମହାପାତ୍ର 

ଚକ୍ରଧରପୁର : କେନ୍ଦୁଝର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍