Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tankadhar Majhi

Children Stories Others

4.0  

Tankadhar Majhi

Children Stories Others

ଚାଲ ଫେରିଯିବା ପଛକୁ

ଚାଲ ଫେରିଯିବା ପଛକୁ

1 min
11.6K


ନିଜର ପୁରୁଣା ଦୋସ୍ତି ନେଇ

ଚାଲ ଫେରିଯିବା ଅନେକ ପଛକୁ

ସେଇ ବଦମାସ୍ ଚରିତ୍ର ହୋଇ

ଛୋଟ ପିଲା ପରି ବାପାଙ୍କୁ ଠକି 

ମାଆଙ୍କଠାରୁ ମାଡ଼ ଖାଇବା । 

 

ମିଶିଯିବା ବିନା ସଂକୋଚରେ,

ମାଟି ହାଣ୍ଡିକୁ ଭୁତ ମୁଣ୍ଡ କରି

ଡରେଇବା ସାଙ୍ଗ ଝିଅମାନଙ୍କୁ

ପୁଣି ଏକାଠି ମିଶି ଖେଳିବା । 

 

ସାଇକେଲ ଟାୟାର ଧରି ଦୌଡ଼ିବା

ଯିଏ ଯିତିବ ତାକୁ ରାଜା କରିବା

ତା ପଛରେ ଯିଏ ଥିବ ତାକୁ ମନ୍ତ୍ରୀ

ଦିନକ ପାଇଁ ତାଙ୍କ କଥା ମାନିବା । 


କାନ୍ଥ ଉପରେ ଲେଖିଦେବା 

ଆମ ନାମରେ ତା ନାମ ଯୋଡ଼ି

ପୁଣି ତା ବାପା ପାଖରେ ମିଛ କହି 

ଗାଳି ଶୁଣି ମୁହଁ ଲୁଚାଇ ହସିବା ।


ବାପା ପକେଟରୁ ଚୋରି କରି

ଦୁହେଁ ଦୋକାନକୁ ଦୌଡ଼ିବା 

ଗୋଟେ ବିସ୍କୁଟକୁ ଫାଳ କରି ଖାଇବା 

ତତେ ଯିଏ ପିଟିବ ମୁଁ ତା କଥା ବୁଝିବି

ଆମେ ପୁଣି ଏକାଠି ହୋଇ ହସିବା ।


Rate this content
Log in