STORYMIRROR

Srinibas Mahalik

Others

5.0  

Srinibas Mahalik

Others

ଚାଇନା ସଲ୍ଟ

ଚାଇନା ସଲ୍ଟ

1 min
654


କ୍ୟାନ୍ସର ହେବାରେ ଚାଇନା ସଲ୍ଟରୁ

ଗୋଟିଏ ଗ୍ରାମ୍ ହିଁ କାଫି

ଜାଣି ମଧ୍ୟ ଆମେ ଦୋକାନକୁ ଯାଇ

ଫାଷ୍ଟ୍ ଫୁଡ୍ ଦେଉ ଗେଫି ।।

ଆମେରିକା ଭଳି ଅନେକ ଦେଶରେ

ଅଛି ଏହା କଟକଣା

ଚାଇନା ବି ନିଜ ଦେଶରେ ଏହାକୁ

କରେନାହିଁ ବିକାକିଣା ।।

ଯଦିଓ ଆମର ଖାଇବାକୁ ଏହା

କରିଥାଏ ଟିକେ ଟେଷ୍ଟି

କ'ଣ ବା ଫାଇଦା ଇଏ ପରା ଆମ

ଦେହକୁ କରଇ ନଷ୍ଟି ।।

ଚାହୁଁନୁ ଆମେ ଏ ଚାଇନା ସଲ୍ଟ

ଚାହୁଁନୁ ବି ଟେଷ୍ଟି ଖାଦ୍ୟ

ଯେତେ ଶିଘ୍ର ହେବ ଆମ ଏ ଦେଶରୁ

ଦିଆଯାଉ ତାକୁ ବାଦ ।।


ବିଜୟନଗର,ଗଣିଆ,ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍