STORYMIRROR

Puspanjali Panda

Others

3  

Puspanjali Panda

Others

ବ୍ୟଥା

ବ୍ୟଥା

1 min
244

ଦୁଃଖ ଅଭାବ କୁ

ଦୂରେଇଦବାକୁ 

ଅସତ୍ ମାର୍ଗରେ ଯାଇଛି

କ୍ଷମା ଦୟା ଭୂଲି 

ସମ୍ପର୍କ କୁ ଠେଲି 

ଧନ ଉପାର୍ଜନ କରିଛି

ତୁମ ସହ ଭେଟ ହୋଇଲା ହଠାତ୍!

କରିଲ ମୋ ମାର୍ଗ ଦର୍ଶନ 

ଭାଙ୍ଗିଗଲା ସବୁ ଦମ୍ଭପଣ ମୋର 

ଆହେ ପ୍ରଭୂ ଚତୁରାନନ,

କ୍ରୋଞ୍ଚ ମିଥୁନର ନିଷାଦ ଯୋଗରୁ

ସୃଷ୍ଟି କଲ ରାମାୟଣ

ବଲ୍ମୀକ ରୁ ହେଲି ବାଲ୍ମୀକି ସତ ମୁଁ

ସବୁ ତୁମରି ଭିଆଣ

ଅସତ୍ୟ,ମିଥ୍ୟା ପ୍ରବଞ୍ଚନା ଛାଡ଼ି

ଏବେ ଗଢି କି ହେବ ଜୀବନ!

ଜବାବ ମାଗୁନି,ପ୍ରାର୍ଥନା କରୁଛି

କି କରିବ ମୂଢ ମନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍