ବୟସ ଦୋଷ
ବୟସ ଦୋଷ
🌹🎭ବୟସ ଦୋଷ 🎭🌹
ବୟସ ସତୁରୀ ଶରୀର ନେଇ
ପ୍ରେମ ପାଇଁ ନିତି ହୁଏ ସେ ବାଇ
ଦେଖି ଦିଏ ଯେବେ ସୁନ୍ଦରୀ ନାରୀ
ଭାବେ ସେ ନିଜକୁ ଭେଣ୍ଡିଆ ବୋଲି ।
ପରକୀୟ ପ୍ରୀତି ପାଇବା ପାଇଁ
ସକାଳୁ ନିତି ସେ ଧାଉଁଛି ଭାଇ
ବସି ବସି କେତେ ଗାଏ ସେ ଗୀତ
ପାଇବାକୁ ନିତି ମନର ମିତ ।
ଏ କଥା ଜାଣିଲା ତା ଘରମଣି
ସଜ ସେ କରିଲା ହାତ ଛାଞ୍ଚୁଣି
ସକାଳୁ ଦେଲା ସିଏ ବହେ କୁଟି
ଅଣ୍ଟା ପିଠି କରି ଦେଲା ଏକାଠି ।
ଛାଡ଼ି ଗଲା ମନୁ ପ୍ରେମ ର ନିଶା
ଖାଇଲା ଯେବେ ସେ ବୁଢ଼ୀର କଷା
କାନ ମୁଣ୍ଡା ଦେଲା ଟିକେ ଆଉଁସି
କାନ୍ଦିଲା ଅଳପ କଣରେ ବସି ।
କହିଲା ପ୍ରେମ ଲୋଡା ନାହିଁ ମୋର
ଖାଇବିନି ଆଉ ଝାଡୁ ପାହାର
ସୁଖରେ ରହିବି ଘରଣୀ ପାଖେ
ମିଳିବ ଦୁନିଆଁ ଖୁସି ମୋ ହାତେ ।
