STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବ୍ୟଙ୍ଗ ପସରା

ବ୍ୟଙ୍ଗ ପସରା

1 min
180

ମଦୁଆ ଲୋକଟି ଟଳିଟଳି ଆସି

କହୁଛି ତୁଣ୍ଡକୁ ଖୋଲି

ସେଇ ମଦୁଆଟା ପାଣି ଛାଟିଦେଲା

ଦେଖ ମୋ ଦେହକୁ ଖାଲି।୧


ଶୁଙ୍ଘରେ ସଭିଏଁ ସୁନ୍ଦର ବାସ୍ନାକୁ

ଖେଳୁଛି ଯେମିତି ପୁଚି

ମୋର ଲୁଗାପଟା ପରି କା'ର ହେବ

ତୁମେ କହୁଅଛି କି ଛି?୨


ମଦୁଆର ନାତି କହିଲା ଜେଜେ ହେ

ମଦ ଖାଇ ଶୋଇଥିଲ

ବୁଲା କୁକୁରଟା ଆସି ମୂତିଦେଲା

ତଥାପି କହୁଛ ଭଲ।୩


ନାତି କଥା ଶୁଣି ଲୁଗାକୁ ଶୁଙ୍ଘିକି

ଚାଟି ଜିଭେ ମନେ ଭାବେ

ଲୁଣିଆ ଯେମିତି ଲାଗିଲା କହିଲା

ଏ ସ୍ୱାଦ ପାଇଛୁ କେବେ?୪


ଭାରି ଭଲ ଅଟେ ନାତିଆରେ ଥରେ

ଶୁଙ୍ଘିକି ଚାଟିକି ଦେଖ

ଯଦି ମୋର ପରି ପିଇବୁରେ ଢୁକେ

ପାଇବୁ ଅନନ୍ତ ସୁଖ।୫


ନାତିଟା ବୁଝିଲା କହିଭାଭ ନାହିଁ

ମଦୁଆ ଲୋକକୁ ଦେଖି

ଦୂରୁଁ ପଳାଇଲେ ଉଚିତ ହିଁ ହେବ

ବସି ହେଉଥାଉ ସୁଖୀ।୬



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍